ETV Bharat / sports

ଧୋନୀଙ୍କ ଦେଶପ୍ରେମଙ୍କୁ ପାକିସ୍ତାନର ଟାର୍ଗେଟ ! - ARMY

ପାକିସ୍ତାନର ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ଚୌଧୁରୀ ଇଂଲଣ୍ଡରେ ଧୋନୀ ବିଶ୍ବକପ ଖେଳିବାକୁ ଯାଇଛନ୍ତି ନା ମହାଭାରତ କରିବାକୁ ବୋଲି କହି ଟାର୍ଗେଟ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 7, 2019, 1:12 PM IST

ଲଣ୍ଡନ: ଧୋନୀଙ୍କୁ ଖେଳିବାକୁ ଆସିଛ ନା ମହାଭାରତ ପାଇଁ କହି ଟାର୍ଗେଟ କରିଛନ୍ତି ପାକିସ୍ତାନ ମନ୍ତ୍ରୀ । ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା । ଧୋନୀଙ୍କ କିପିଂ ଗ୍ଲୋବ୍ସରେ ଭାରତୀୟ ପାରା ସ୍ପେଶାଲ ଫୋର୍ସର ବଳିଦାନର ସଂକେତଥିବା ଦେଖାଯାଇଥିଲା । ଏହାକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି ।

ପାକିସ୍ତାନର ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ଚୌଧୁରୀ ଏନେଇ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ଇଂଲଣ୍ଡରେ ଧୋନୀ ବିଶ୍ବକପ ଖେଳିବାକୁ ଯାଇଛନ୍ତି ନା ମହାଭାରତ କରିବାକୁ ବୋଲି କଟାକ୍ଷ କରି ଫୱାଦ ଟ୍ବିଟରେ ଲେଖିଛନ୍ତି । ଏବଂ ଭାରତୀୟ ଗଣମାଧ୍ୟମକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ଏହି ଘଟଣାକୁ ଭାରତୀୟ ମିଡିଆ ଦେଶପ୍ରେମ କହୁଛି । ସେଥିପାଇଁ ଭାରତୀୟ ଗଣମାଧ୍ୟମକୁ ସିରିଆ ଓ ଆଫଗାନିସ୍ତାନ ଯିବାପାଇଁ କହିଛନ୍ତି ପାକ ମନ୍ତ୍ରୀ ।

ଭାରତୀୟ ପ୍ରଶଂସକ ଧୋନୀଙ୍କ ଜବାନଙ୍କ ପ୍ରତି ଥିବା ସମ୍ମାନକୁ ନେଇ ପ୍ରଂଶସା କରିଥିଲେ । ତେବେ ଧୋନୀ ଏହି ଗ୍ଲୋବ୍ସ ବ୍ୟବହାର କରି ମ୍ୟାଚ ଖେଳିବାକୁ ଆପତ୍ତି ଉଠାଇଛି ଆଇସିସି । ଗ୍ଲୋବ୍ସରୁଏହି ସଂକେତ ହଟାଇବାକୁ ବିସିସିଆଇକୁ ଏନେଇ ଆଇସିସି ପକ୍ଷରୁ ଅନୁରୋଧ କରାଯାଇଛି ।

Intro:Body:

hdhdf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.