ହାଇଦ୍ରାବାଦ: ଟ୍ରଣ୍ଟ ବ୍ରିଜ, ନଟିଂହାମ୍ ଠାରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ଚାଲିଛି କ୍ରିକେଟ ମହାକୁମ୍ଭର ଦ୍ବୀତିୟ ମ୍ୟାଚ । ଟସ ଜିତି ପ୍ରଥମେ ଫିଲ୍ଟିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଜ ଟିମ । ବ୍ୟାଟିଂ ପାଇଁ ଓହ୍ଲାଇଥିବା ଟିମ ପାକିସ୍ତାନ ମାତ୍ର 21. 4 ଓଭରରେ 105 ରନ କରି ଧରାଶାୟୀ ହୋଇଯାଇଥିଲା । ତେବେ ମ୍ୟାଚ ପୂର୍ବରୁ ଗୁରୁବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଜ ଅଧିନାୟକ ଜେସନ ହୋଲ୍ଡର ସ୍ପଷ୍ଟ କରିଥିଲେ ସେମାନେ ପ୍ରତ୍ୟେକ ପାକ ଖେଳାଳି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଉ ଇଣ୍ଡିଜ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ତାହା ପ୍ରମାଣିତ କରିଦେଇଛି।
![plans, each player, pakistan, west indies, captain, jason holder,](https://etvbharatimages.akamaized.net/etvbharat/prod-images/3434876_indies.jpg)
ହୋଲ୍ଡର ଆହୁରି ମଧ୍ୟ କହିଥିଲେ ଯେ ଆମେ ଆକ୍ରାମକ ଅନ୍ଦାଜରେ ଖେଳିବୁ । ଆଉ ଫିଲ୍ଡ ଉପରେ ମଧ୍ୟ ତାହାହିଁ ଦେଖିବାକୁ ମିଳିଲା। ଇଣ୍ଡିଜ ବୋଲରଙ୍କ ଆଟାକିଂ ମୋଡକୁ ସାମ୍ନା କରି ପାରିଲେ ନାହିଁ ପାକ୍ ବ୍ୟାଟ୍ସମ୍ୟାନ । 105 ରନ ସ୍କୋରରେ ଅଲ ଆଉଟ ହୋଇଥିଲା ପାକିସ୍ତାନ ଟିମ । ଆଉ ଅତି ସହଜରେ ମ୍ୟାଚ ଜିତି ନେଇଥିଲା ୱେଷ୍ଟଇଣ୍ଡିଜ।
![plans, each player, pakistan, west indies, captain, jason holder,](https://etvbharatimages.akamaized.net/etvbharat/prod-images/3434876_indies-bowler.jpg)
ସେପଟେ ଗୁରୁବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ ମଧ୍ୟ ଇଣ୍ଡିଜ ଟିମକୁ କଡା ଟକ୍କର ଦେବୁ ବୋଲି କହିଥିଲେ। ଆମେ ଗତ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏଥର ଆମେ ଭଲ ପ୍ରଦ୍ରଶନ କରିବୁ କହିଥିଲେ ସରଫରାଜ। କିନ୍ତୁ ପାକିସ୍ତାନର ପ୍ରଦର୍ଶନ ନିରାଶାଜନକ ଥିଲା।