ETV Bharat / sports

ବଡ ଶିକାରୀ ବୁମରା !

ବିଶ୍ବର ଏକ ନମ୍ବର ବୋଲର ବୁମରା । ଡେବ୍ୟୁ ମ୍ୟାଚରୁ ଆଜି ପର୍ଯ୍ୟନ୍ତ ହାତେଇଛନ୍ତି ଅନେକ ୱିକେଟ । ଅନେକ ବଡ ଖେଳାଳିଙ୍କୁ ଆଉଟ କରିଛନ୍ତି ବୁମରା । ବିଶ୍ବକପରେ ମଧ୍ୟ ନିଜର ପ୍ରଥମ ୱିକେଟ ଭାବେ ଦକ୍ଷିଣ ଆଫ୍ରିକାର ଓପନର ହସିମ ଆମଲାଙ୍କୁ ଆଉଟ କରିଛନ୍ତି ।

author img

By

Published : Jun 5, 2019, 10:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@BCCI

ସାଉଥହମ୍ପଟନ: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ବିଶ୍ବକପ ଡେବ୍ୟୁ କରିଛନ୍ତି ବିଶ୍ବର ନମ୍ବର ଏକ ବୋଲର ଜସପ୍ରୀତ ବୁମରା । ଡେବ୍ୟୁ ମ୍ୟାଚରେ ହିଁ ସେ ପ୍ରମାଣିତ କରିଦେଇଛନ୍ତି ଯେ, ସେ କାହିଁକି ବିଶ୍ବର ନମ୍ବରୱାନ ବୋଲର । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନରଙ୍କୁ ଶିକାର କରିଥିଲେ ଏହି ଭାରତୀୟ ବୋଲର । ତେବେ କେବଳ ଏତିକି ନୁହେଁ ବୁମରାଙ୍କ ସମସ୍ତ ଡେବ୍ୟୁ ୱିକେଟ ଥିଲେ ବିଭିନ୍ନ ଟିମର ବିଶିଷ୍ଟ ଖେଳାଳି ।

biggest, hunter, india, jasprit bumrah, ବୁମରା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@BCCI

ବୁମରା ଯେତେବେଳେ ନିଜର ଦିନିକିଆ ଡେବ୍ୟୁ କରିଥିଲେ ତାଙ୍କର ପ୍ରଥମ ୱିକେଟ ଥିଲେ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥ । ଟେଷ୍ଟ କ୍ରିକେଟ ପଦାର୍ପଣରେ ସେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ୱିକେଟ ନେଇଥିଲେ । ଟି-20ରେ ବୁମାରଙ୍କ ପ୍ରଥମ ଶିକାର ଥିଲେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର । ଆଇପିଏଲରେ ମଧ୍ୟ ଖାଲି ଯାଇନଥିଲା ବୁମରାଙ୍କ ଆଟାକ । ସିଧାସଳଖ ବିରାଟଙ୍କୁ କରିଥିଲେ ଟାର୍ଗେଟ । ତେବେ ଏତେ ସବୁ ମହାନ ବ୍ୟାଟ୍ସମ୍ୟାନଙ୍କ ୱିକେଟ ହାତେଇଥିବା ବୁମରା ବିଶ୍ବକପରେ କିପରି ବା ପଛରେ ପଡିଥାନ୍ତେ । ବିଶ୍ବକପ୍‌ର ପ୍ରଥମ ୱିକେଟ ଭାବେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାକୁ ଆଉଟ କରିଛନ୍ତି ବୁମରା ।

ତେବେ ବୁମରା ନିଜ ଖାତାରେ ଆଉ କେତେ ୱିକେଟ ଯୋଡୁଛନ୍ତି ତାହା ତ ସମୟ କହିବ । କିନ୍ତୁ ଏଥିରୁ ସ୍ପଷ୍ଟ ଯେ ଭାରତ ନିଜର ବେଷ୍ଟ ଟିମ ସହ ଓହ୍ଲାଇଛି କ୍ରିକେଟ ମହାକୁମ୍ଭର ମଇଦାନକୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.