ETV Bharat / sports

ବିଶ୍ବକପ: ବର୍ଷା ପରେ ଆରମ୍ଭ ହେଲା ମ୍ୟାଚ, 201ରେ ଅଟକିଲା ଶ୍ରୀଲଙ୍କା - starts

ବର୍ଷା ଥମିବା ପରେ ଆରମ୍ଭ ହେଲା ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ । 41 ଓଭରରକୁ କମିଲା ମ୍ୟାଚ । 201ରେ ସୀମିତ ହେଲା ଶ୍ରୀଲଙ୍କା ପାଳି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@cricbuzz
author img

By

Published : Jun 4, 2019, 8:03 PM IST

Updated : Jun 4, 2019, 9:15 PM IST

କାର୍ଡିଫ: ବର୍ଷା ଥମିବା ପରେ ଆରମ୍ଭ ହେଲା ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ । 41 ଓଭରରକୁ କମିଲା ମ୍ୟାଚ । 201ରେ ସୀମିତ ହେଲା ଶ୍ରୀଲଙ୍କା ପାଳି । ଆଫଗାନିସ୍ତାନକୁ 202ରନର ବିଜୟ ଲକ୍ଷ୍ୟ ଦେଇଛି ଲଙ୍କା ଦଳ । 36.5 ଓଭର ଖେଳି ଅଲଆଉଟ ହୋଇଯାଇଛି ଶ୍ରୀଲଙ୍କା ଟିମ । ନିର୍ଦ୍ଧାରିତ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନର ବ୍ୟାଟିଂ ଜାରି ।

srilanka vs afganistan, rain, halts, match, sofia gardens, world cup, ବିଶ୍ବକପ୍‌
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ICC

ବର୍ଷା ପରେ ମ୍ୟାଚ ଆରମ୍ଭ ହୋଇଥିଲା । କ୍ରିଜରେ ଥିଲେ ଲସିଥ ଓ ସୁରଙ୍ଗା ଲକମଲ । ବ୍ୟାଟିଂ ଆରମ୍ଭ ହେବା ପରେ ମାତ୍ର 4 ରନ କରି ଆଉଟ ହୋଇଥିଲେ ମାଲିଙ୍ଗା । ଏହାପରେ ବ୍ୟାଟିଂ ପାଇଁ ଆସିଥିଲେ ନୁୱନ ପ୍ରଦୀପ । ସେ ମଧ୍ୟ ଖାତା ଖୋଲିବା ପର୍ବରୁ ରଶିଦ ଖାନଙ୍କ ଶିକାର ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା 10 ଓଭରରେ 79 ରନ ସଂଗ୍ରହ କରି ନେଇଥିଲା । ଏହାପରେ 14 ଓଭର ବେଳକୁ ମହମ୍ମଦ ନବି ଓପନିଙ୍ଗ ଯୋଡିରୁ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଆଉଟ କରିଥିଲେ । ଏହାପେର ଓପନର କୁସଲ ପରେରାଙ୍କ ସାଥ ଦେଇଥିଲେ ଲହିରୁ ଥିରିମନ୍ନେ । କିନ୍ତୁ ସେ ମଧ୍ୟ 25 ରନ କରି ନବିଙ୍କ ଶିକାର ହୋଇଥିଲେ । ଏହାପରେ ଜଣେ ପରେ ଜଣେ ଶ୍ରୀଲଙ୍କା ଖେଳାଳି ହୋଇଥିଲେ ଫାଭିଲିୟନ ମୁହାଁ । କୁସଲ ମେଣ୍ଡିସ 2 ରନ, ଏଞ୍ଜେଲୋ ମେଥ୍ୟୁସ ଓ ଧନଞ୍ଜୟ ଡି ସିଲ୍‌ଭା 0 ରନ, ଥିସିରା ପରେରା 2 ରନ, ଇସିରୁ ଉଡାନା 10 ରନ କରି ଆଉଟ ହୋଇଥିଲେ ।

ତେବେ ଶ୍ରୀଲଙ୍କା ପାଳିକୁ ଏକା ସମ୍ଭାଳୁଥିବା କୁସଲ ପରେରା ମଧ୍ୟ 78 ରନ କରି ରଶିଦ ଖାନଙ୍କୁ ନିଜ ୱିକେଟ ଦେଇ ବସିଥିଲେ । ଏହାର ଠିକ ପରେ ବର୍ଷା ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 4, 2019, 9:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.