ETV Bharat / sports

ପାକିସ୍ତାନ ଅଧିନାୟକ ସରଫରାଜଙ୍କୁ ‘ମୋଟା ଓ ଅନଫିଟ’ କହିଲେ ସୋଏବ ଅଖ୍ତର - fitness

ସରଫରାଜଙ୍କ ଫିଟନେସକୁ ନେଇ ଖୁବ ରାଗ ଦେଖାଇଛନ୍ତି । ୱେଷ୍ଟଇଣ୍ଡିଜ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି ରାୱଲପିଣ୍ଡି ଏକ୍ସପ୍ରେସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର @ICC
author img

By

Published : Jun 1, 2019, 11:55 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ଟିମ ଓ ଅଧିନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ସୋଏବ କହିଛନ୍ତି ଯେ ଆଜିକା ପୀଢ଼ିରେ ସରଫରାଜଙ୍କ ପରି ଅନଫିଟ ଖେଳାଳି ମୁଁ ଦେଖିନାହିଁ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ମାତ୍ର 105 ରନ କରି ଅଲଆଉଟ ହୋଇଯାଇଥିଲା । ଆଉ ମାତ୍ର 14 ଓଭରରେ ଏହି ଟାର୍ଗେଟ ହାସଲ କରି 7 ୱିକେଟରେ ପାକକୁ ମାତ ଦେଇଥିଲା ଇଣ୍ଡିଜ ଦଳ ।

ବିଶ୍ବକପ ଇତିହାସରେ ଏହା ପାକିସ୍ତାନର ଦ୍ବିତୀୟ ସର୍ବନିମ୍ନ ସ୍କୋର । ପାକିସ୍ତାନର ଏଭଳି ପ୍ରଦର୍ଶନରେ ହତାସ ହୋଇ ଅଖ୍ତର ଟ୍ବିଟ କରି ଲେଖିଥିଲେ ‘‘Speechless’’ । ଏହାସହ ସେ ଲେଖିଥିଲେ ‘‘ ଠିକ ଅଛି ମ୍ୟାଚ ସରିଯାଇଛି। ବର୍ତ୍ତମାନ ଖେଳାଳିଙ୍କୁ ପୁଣିଥରେ ଭଲ ପ୍ରଦର୍ଶନ କରିବାକୁ ହେବ । ସେମାନେ ଆମ ଦେଶର ପ୍ରତିନିଧିତ୍ବ କରୁଛନ୍ତି, ସେମାନଙ୍କୁ ଆମ ସମର୍ଥନ ଦରକାର ।’’

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର @khelshel

ଏହାପରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରି ରାୱଲପିଣ୍ଡି କହିଛନ୍ତି ଯେ ‘‘ପାକିସ୍ତାନର ପରାଜୟ ଦୁର୍ଭାଗ୍ୟ ଜନକ । ମତେ ଅନେକ ରାଗ ଆସୁଛି କିନ୍ତୁ କିଛି କହି ହେଉନି । ପାକିସ୍ତାନ ଭୀରୁଙ୍କ ଭଳି ଖେଳିଛି, ମ୍ୟାଚରେ କୌଣସି ଖେଳାଳି ଏକତ୍ର ହୋଇ ଖେଳୁଥିବା ନଜର ଆସିଲେନି । କୌଣସି ସାଧାରଣ ମ୍ୟାଚ ଖେଳିଲା ଭଳି ଖେଳୁଥିଲା ପାକ ଟିମ । କିନ୍ତୁ ଏହା ପାକିସ୍ତାନର ପ୍ରଥମ ମ୍ୟାଚ ଥିଲା ଆଗରୁ ଆମେ ମଧ୍ୟ ଏପରି କମ ସ୍କୋର କରି ଆଉଟ ହୋଇଛୁ ।’’

ସରଫରାଜଙ୍କୁ ନେଇ ସୋଏବ ଖୁବ ରାଗ ଦେଖାଇ କହିଛନ୍ତି ‘‘ ସରଫରାଜ ଟସ ପାଇଁ ଆସିବା ବେଳେ ତାଙ୍କର ଏତେ ବଡ ପେଟ, ଏତେ ମୋଟା ଚେହେରା ଦେଖି ମତେ ଲାଗିଲା ଯେ ସେ ହେଉଛନ୍ତି ସହୁଠାରୁ ଅନିଫିଟ ଅଧିନାୟକ । ସେ ୱିକେଟ କିପିଙ୍ଗ କଲାବେଳେ ମଧ୍ୟ ସଂଘର୍ଷ କରୁଥିବା ଦେଖିବାକୁ ମିଳିଲା ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.