ETV Bharat / sports

‘ଭାରତ ବିପକ୍ଷ ରେଜଲ୍ଟ କଥା ଛାଡ, ଆଗାମୀ ମ୍ୟାଚରେ ଫୋକସ କର’

ଭାରତ ଠାରୁ ମ୍ୟାଚ ହାରିବା ପରେ ପାକସ୍ତାନ ଟିମକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ବୁଧବାର ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡର ବୈଠକ ହୋଇଥିଲା । ବୈଠକ ପରେ ପିସିବି ମୁଖ୍ୟ ଫୋନ କରି ଆଗାମୀ ମ୍ୟାଚରେ ଫୋକସ କରିବାକୁ ଉପଦେଶ ଦେଇଛନ୍ତି।

author img

By

Published : Jun 19, 2019, 11:22 PM IST

Updated : Jun 20, 2019, 7:37 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଶ୍ବକପରେ ଭାରତ ଠାରୁ କ୍ରମାଗତ 7 ଥର ମ୍ୟାଚ ହାରିବା ପରେ ପାକିସ୍ତାନକୁ ଲାଗିଛି ବଡ ଝଟକା । ଖେଳାଳିଙ୍କ ସହ ଚୟନ କମିଟି ଉପରେ ଉଠୁଛି ପ୍ରଶ୍ନ । ଏହାକୁ ନେଇ ନିଜ ଟିମକୁ ଚେତାବନୀ ଦେଇଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ।

ତେବେ ଏହା ଭିତରେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଏହସାନ ମନି ସର୍ଫରାଜଙ୍କୁ ଫୋନ କରି ସାରା ଦେଶ ପାକ ଟିମ ସହ ଅଛି ବୋଲି ଆଶ୍ୱାସନା ଦେବାସହ ଆଗକୁ ଖେଳାଯିବାକୁ ଥିବା ମ୍ୟାଚ ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ରବିବାର ଖେଳାଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ସର୍ଫରାଜ । ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଭାରତକୁ 336 ରନରେ ପହଞ୍ଚାଇଥିଲା । ସେପଟେ ଭାରତୀୟ ବୋଲର କୂଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ବିଜୟ ଶଙ୍କର 2ଟି ଲେଖାଏଁ ୱିକେଟ ନେଇ ପାକିସ୍ତାନର ପରାଜୟ ପକ୍କା କରିଥିଲେ । ଭାରତ ମ୍ୟାଚକୁ 89 (ଡିଏଲଏସ)ରନରେ ଜିତି ନେଇଥିଲା ।

ପରାଜୟ ପରେ ପାକ ଟିମ ଓ ସର୍ଫରାଜଙ୍କୁ କଡା ସମାଲୋଚନାରେ ଶିକାର ହେବାକୁ ପଡିଥିଲା । ଏପରିକି ଜଣେ ପାକିସ୍ତାନୀ ଫ୍ୟାନ ଟିମକୁ ବ୍ୟାନ କରିବା ପାଇଁ ଯାଚିକା ଦାଏର କରିସାରିଛନ୍ତି । ବୁଧବାର ଏନେଇ ପିସିବିର ବୈଠକ ପରେ ପିସିବି ମୁଖ୍ୟ ଫୋନ କରି ସର୍ଫରାଜଙ୍କୁ ଆଗକୁ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ଉପରେ ଫୋକସ କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 20, 2019, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.