ETV Bharat / sports

ବିଶ୍ବକପ: ଅପରାଜେୟ କିୱିକୁ ମାତ ଦେଲା ପାକ

ବିଶ୍ବକପରେ ବାଜି ମାରି ନେଇଛି ପାକ୍‌ । ଅପରାଜିତ ବ୍ଲାକକ୍ୟାପ ଦଳକୁ ପରାଜୟର ସ୍ୱାଦ ଚଖାଇଛି ପାକିସ୍ତାନ । ସାହିନ ଆଫ୍ରିଦିଙ୍କ ଚମତ୍କାର ବୋଲିଂ ଓ ବାବର ଆଜମଙ୍କ ଶତକ ବଳରେ ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ଉପରକୁ ଉଠିଛି ସରଫରାଜଙ୍କ ଟିମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup
author img

By

Published : Jun 27, 2019, 3:37 AM IST

ବର୍ମିଘଂମ: 6ଟି ମ୍ୟାଚ ଖେଳି ଅପରାଜିତ ରହିଥିବା ବ୍ଲାକକ୍ୟାପ ଦଳକୁ ପରାଜୟର ସ୍ୱାଦ ଚଖାଇଛି ପାକିସ୍ତାନ । ସାହିନ ଆଫ୍ରିଦିଙ୍କ ଚମତ୍କାର ବୋଲିଂ ଓ ବାବର ଆଜମଙ୍କ ଶତକ ବଳରେ ବାଜି ମାରି ନେଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି 237 ରନ କରିଥିଲା ନ୍ୟୁଜିଲାଣ୍ଡ ଦଳ ଓ ପାକିସ୍ତାନକୁ ଦେଇଥିଲା 238 ରନର ବିଜୟ ଲକ୍ଷ୍ୟ । ଲକ୍ଷ୍ୟକୁ ପିଛା କରି 6 ୱିକେଟରେ ନ୍ୟୁଜିଲାଣ୍ଡକୁ ପାରାଜିତ କରିଛି ପାକିସ୍ତାନ । ଏହା ସହ ପଏଣ୍ଟ ଟେବୁଲରେ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠିଛି ସରଫରାଜଙ୍କ ଟିମ ।

pak
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳକୁ 237 ରନରେ ଧରାଶାୟୀ କରି ଦେଇଥିଲେ ପାକିସ୍ତାନ ବୋଲର । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି 28 ରନ ଦେଇ ହାତେଇଥିଲେ 3ଟି ୱିକେଟ । ବ୍ୟାଟିଂରେ କମାଲ ଦେଖାଇଥିଲେ ବାବର ଆଜମ ଓ ହରିସ ସୋହେଲ । ବାବର 127 ବଲରେ 101 ରନ କରିଥିବା ବେଳେ ହରିସ ସୋହେଲ କରିଛନ୍ତି 76 ବଲରେ 68 ରନ ।

ଏହି ବିଜୟ ସହ ପାକିସ୍ତାନ ଆଉ ଦୁଇ ପଏଣ୍ଟ ପାଇ ନିଜେ ସେମିଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜିବୀତ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fvfvff

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.