ETV Bharat / sports

‘କାଶ୍ମୀରରେ ପାକିସ୍ତାନ ଖେଳୁଛି ୨୦-୨୦ ଅଥଚ UAE ରେ ମ୍ୟାଚ ଖେଳିବେ ଦୁଇ ଦେଶ’

author img

By

Published : Oct 19, 2021, 11:48 AM IST

ଆସନ୍ତା ୨୪ରେ UAEରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ-ପାକିସ୍ତାନ T-20 ବିଶ୍ବକପ ମ୍ୟାଚକୁ ଦେଶରେ ବିରୋଧ । ତାଲିକାରେ ଯୋଡିହେଲେ ଅସଦୁଦ୍ଦୀନ ଓୱେସୀ । ଅଧିକ ପଢନ୍ତୁ...

T-20 World Cup: ଇଣ୍ଡିଆ-ପାକିସ୍ତାନ ମ୍ୟାଚକୁ ଓୱେସୀଙ୍କ ବିରୋଧ

ନୂଆଦିଲ୍ଲୀ: ଆସନ୍ତା ୨୪ରେ UAEରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ-ପାକିସ୍ତାନ T-20 ବିଶ୍ବକପ ମ୍ୟାଚକୁ ଦେଶରେ ବିରୋଧ । ଗିରିରାଜ ସିଂ ଏବଂ ତାରକିଶୋର ପ୍ରସାଦଙ୍କ ପରେ AIMIM ମୁଖ୍ୟ ଅସରୁଦ୍ଦୀନ ଓୱେସୀ ଏହି ମ୍ୟାଚକୁ ବିରୋଧ କରିଛନ୍ତି ।

ଜମ୍ମୁ କାଶ୍ମୀରରେ ଗତ କିଛିଦିନ ହେବ ଲଗାତାର ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି ହେଲେ UAEରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚକୁ ନେଇ ଓୱେସୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଦେଶର 9 ଜଣ ଯବାନ ଶହୀଦ ହୋଇଛନ୍ତି ଏବଂ ଅକ୍ଟୋବର 24 ରେ ଭାରତ ପାକିସ୍ତାନ ସହ T-20 ମ୍ୟାଚ୍ ଖେଳିବ ? ପାକିସ୍ତାନ ପ୍ରତିଦିନ କାଶ୍ମୀରରେ 20-20 ଖେଳୁଛି।"

ସେହିପରି ଲଗାତାର ଭାବେ ଜାମ୍ମୁ କାଶ୍ମୀରରେ ସାଧାରଣ ନାଗିରଙ୍କ ମୃତ୍ୟୁକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ବିଫଳତା ବୋଲି ଓୱେସୀ କହିଛନ୍ତି । ସେ କହିଛନ୍ତି, "ବିହାରର ଗରିବ ଶ୍ରମିକଙ୍କୁ ହତ୍ୟା କରାଯାଉଛି, ହତ୍ୟା ବୃଦ୍ଧିପାଉଛି, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଣ କରୁଛନ୍ତି ? ଏହା କେନ୍ଦ୍ରର ବିଫଳତା ।"

ଶନିବାର ଜମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ବିହାରର ଜଣେ ବୁଲା ବିକାଳି ଏବଂ ଉତ୍ତରପ୍ରଦେଶର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଓୱେସି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ କଦାପି ୨ଟି ବିଷୟ ଉପରେ କେବେ ପ୍ରତିକ୍ରିୟା ରଖୁନାହାନ୍ତି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଏବଂ ଲଦାଖ ସୀମାରେ ଚୀନର ଅନୁପ୍ରବେଶ । '

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.