ETV Bharat / sports

ବିଶ୍ବକପ: ଖାତା ଖୋଲିଲା ଶ୍ରୀଲଙ୍କା - afghanistan

ପ୍ରଥମ ମୁକାବିଲାରେ ସିଂହଳୀ ଟିମ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ପରେ ମଙ୍ଗଳବାର ଦମଦାର କମ୍‌ବ୍ୟାକ କରିଛି । ଘାତକ ବୋଲିଂ ମାଧ୍ୟମରେ ଆଫଗାନିସ୍ତାନକୁ ପରାସ୍ତ କରିଛି ସିଂହଳୀ ଦଳ ।

ଫାଇଲ ଫଟୋ
author img

By

Published : Jun 5, 2019, 6:38 AM IST

କାର୍ଡିଫ: ଚଳିତ ବିଶ୍ବକପରେ ଖାତା ଖୋଲିଛି ଶ୍ରୀଲଙ୍କା । ପ୍ରଥମ ମୁକାବିଲାରେ ସିଂହଳୀ ଟିମ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ପରେ ମଙ୍ଗଳବାର କମ୍‌ବ୍ୟାକ କରିଛି । ଆଫିଗାନିସ୍ତାନକୁ ଡକୱର୍ଥ/ଲୁଇସ ନିୟମରେ 34 ରନରେ ହରାଇ ଶ୍ରୀଲଙ୍କା ତାର ପ୍ରଥମ ବିଜେତା ହାସଲ କରିଛି ।

ଦ୍ବିତୀୟ ଥର ପାଇଁ ଆଫିଗାନିସ୍ତାନ ପରାସ୍ତ ହୋଇଥିବା ବେଳେ ଘାତକ ବୋଲିଂ ମାଧ୍ୟମରେ ଫର୍ମକୁ ଫେରିଛି ଶ୍ରୀଲଙ୍କା । ଗତକାଲିର ଏହି ମ୍ୟାଚରେ ଆଫଗାନିସ୍ତାନ ସ୍ପିନର ମହମ୍ମଦ ନହି ଓ ରଶିଦ ଖାନଙ୍କ ଘାତକ ବୋଲିଂ ଫଳରେ ଶ୍ରୀଲଙ୍କାକୁ 182-8 ରନ କରିଥିବାକୁ ସୁଯୋଗ ଦେଇଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ଡକୱର୍ଥ/ଲୁଇସ ନିୟମ ଲାଗୁ କରାଯିବା ପରେ ବିଜେତା ଦଳ 201 ରନ କରିଥିବା ବେଳେ ଆଫଗାନିସ୍ତାନକୁ 187 ରନ ଲକ୍ଷ୍ୟ ଦିଆଯାଇଥିଲା ।

ତେବେ ନାଜୁବୁଲ୍ଲା ଜର୍ଦାନ(43) ଓ ହଜରତୁଲ୍ଲା ଜଜାଇ(30)ଙ୍କ ବ୍ୟତୀତ ଆଫଗାନିସ୍ତାନର କୌଣସି ବ୍ୟାଟମ୍ୟାନ୍ସ ଭଲ ପ୍ରଦର୍ଶନ କରିପାରିନଥିଲେ । ସେପଟେ, ସିଂହଳୀ ଦଳର ଶ୍ରେଷ୍ଠ ଖେଳାଳୀ ନୁୱାନ ପ୍ରଦୀପ(4/31) ଓ ବୋଲର ମାଲିଙ୍ଗାଙ୍କ(3/39) ଚମତ୍କାରୀ ପ୍ରଦର୍ଶନ ବଳରେ 32.4 ଓଭରରେ 152 ରନରେ ଅଲ ଆଉଟ ହୋଇଥିଲା ଆଫଗାନିସ୍ତାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.