ETV Bharat / sports

ଭାରତର ପ୍ରଥମ ବିଶ୍ବକପ୍: ମନେପଡେ 36 ବର୍ଷର ଇତିହାସ

36 ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ 25 ଜୁନ 1983ରେ ଭାରତ ଲର୍ଡସରେ ବିଶ୍ବକପ ଚାମ୍ପିୟନ ହୋଇଥିଲା । ଏହି ଦିନଟି ଭାରତୀୟ ଖେଳ ଇତିହାସର ଏକ ଅବିସ୍ମରଣୀୟ ଦିନ ।

author img

By

Published : Jun 25, 2019, 8:51 PM IST

Updated : Jun 25, 2019, 9:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BoriaMajumdar

ହାଇଦ୍ରାବାଦ: ବିରାଟ ବାହିନୀ ଏବେ 2019 ମିଶନ ବିଶ୍ବକପ ବିଜୟରେ । ଭାରତୀୟ ଫ୍ୟାନ୍ସ ଏବେ ଆଉ ଏକ ବିଶ୍ବକପ ଅପେକ୍ଷାରେ । ସବୁଆଡେ କେବଳ ଗୋଟିଏ ଚର୍ଚ୍ଚା କଣ ଏଥର ମଧ୍ୟ ଲର୍ଡସରେ 1983 ପରି ବିଶ୍ବକପ ଜିତିବ ଭାରତ ? ବର୍ତ୍ତମାନର ଭାରତୀୟ ଦଳ ଅପରାଜିତ ରହି ଦୃତଗତିରେ ବିଶ୍ବକପ ବିଜୟ ଦିଗରେ ଆଗେଇ ଚାଲିଛି । କିନ୍ତୁ ଆଜିର ସେଇ ଦିନକୁ ମନେ ପକାଇବାର ଦିନ ଯେବେ ଭାରତ ପ୍ରଥମଥର ହୋଇଥିଲା ବିଶ୍ବବିଜୟୀ । ଯେବେ କ୍ରିକେଟ ଜଗତରେ ଭାରତ ନିଜର ଆଧପତ୍ୟ ବିସ୍ତାର କରିଥିଲା ।

moments, cherish, day, india, won, first ever, world cup, 36 years
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@virendersehwag

36 ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ 25 ଜୁନ 1983ରେ ଭାରତ ଲର୍ଡସରେ ବିଶ୍ବକପ ଚାମ୍ପିୟନ ହୋଇଥିଲା । ଏହି ଦିନଟି ଭାରତୀୟ ଖେଳ ଇତିହାସର ଏକ ଅବିସ୍ମରଣୀୟ ଦିନ । ଫାଇନାଲରେ ୱେଷ୍ଟଇଣ୍ଡିଜକୁ ଆଶ୍ଚର୍ଯ୍ୟଜନକ ଭାବେ 43 ରନରେ ମାତ ଦେଇ ବିଶ୍ବବିଜୟୀ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଆଶା ବହିର୍ଭୁତ ଭାବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ ୱେଷ୍ଟଇଣ୍ଡିଜ ପରି ଟିମକୁ ମାତ ଦେଇ ବିଶ୍ବ ବିଜେତା ହୋଇ ଦେଖାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@SDhawan25

ଫାଇନାଲରେ ଗୋଟିଏ ପଟେ ଥିଲା ଦୁଇଥର ବିଶ୍ବବିଜୟୀ ହୋଇଥିବା ୱେଷ୍ଟଇଣ୍ଡିଜ, ଅନ୍ୟପଟେ ଥିଲା ବିଶ୍ବକପରେ ସେତେଟା ଭଲ ପ୍ରଦର୍ଶନ କରିନଥିବା ଭାରତୀୟ ଟିମ । ୱେଷ୍ଟଇଣ୍ଡିଜ ଭାରତକୁ ମାତ୍ର 183 ରନରେ ଅଲଆଉଟ କରିଥିଲା, ଆଉ ବିଜୟ ପାଇଁ ୱେଷ୍ଟଇଣ୍ଡିଜ ପାଇଁ ଏହା କୌଣସି ବଡ ଲକ୍ଷ୍ୟ ନଥିଲା । କିନ୍ତୁ ବଲବିନ୍ଦର ସିଂହ ସନ୍ଧୁ ଗାର୍ଡନ ଗ୍ରିନିଜଙ୍କୁ ମାତ୍ର 1 ରନରେ ବୋଲ୍ଡ କରି ପାଭିଲିୟନର ବାଟ ଦେଖାଇଥିଲେ । ଏହା ପରେ ଭିଭିଏନ ରିଚାର୍ଡସ କିନ୍ତୁ ଧୂଆଁଧାର ବ୍ୟାଟିଂ କରି 33 ରନ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ImRaina

କପିଲଙ୍କ ଅଦ୍ଭୁତ କ୍ୟାଚରେ ରିଚାର୍ଡସ ଆଉଟ

ଚମତ୍କାର ବ୍ୟାଟିଂ କରୁଥିବା ରିଚାର୍ଡସ ମଦନଲାଲଙ୍କ ବଲରେ ହଠାତ ମିଡ ୱିକଟ ଆଡକୁ ଏକ ବଡ ସର୍ଟ ଖେଳିଲେ । ଆଉ କପିଲ ପଛ ଆଡକୁ ଦୌଡି ଏକ ଅଦ୍ଭୁତ କ୍ୟାଚ ନେଇଥିଲେ । ରିଚାର୍ଡସଙ୍କ ଆଉଟ ହେବାପରେ ୱେଷ୍ଟଇଣ୍ଡିଜର ପାଳି ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@VVSLaxman281

ଶେଷରେ ପୁରା ଟିମ 140ରନରେ ସୀମିତ ହୋଇଯାଇଥିଲା । ମଦନଲାଲ 31 ରନ ଦେଇ ନେଇଥିଲେ 3ଟି ୱିକେଟ, ମୋହିନ୍ଦର ଅମରନାଥ 12 ରନ ଦେଇ ନେଇଥିଲେ 3ଟି ୱିକେଟ ଓ ସନ୍ଧୁ 32 ରନରେ 2 ୱିକେଟ ନେଇ ଧ୍ୱସ୍ତ କରିଦେଇଥିଲେ ୱେଷ୍ଟଇଣ୍ଡିଜ ପାଳିକୁ । ଏହି ଐତିହାସିକ ବିଜୟ ପରେ ଭାରତକୁ ପରବର୍ତ୍ତୀ ବିଶ୍ବକପ ପାଇଁ 28 ବର୍ଷ ଅପେକ୍ଷା କରିବାକୁ ପଡିଥିଲା । 2011 ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ବରେ ଭାରତ ଜିତିଥିଲା ତାର ଦ୍ୱିତୀୟ ବିଶ୍ବକପ ।

ତେବେ BCCI ଠାରୁ ଆରମ୍ଭ କରି ସମସ୍ତ ଖେଳାଳି ଏହି ଦିନକୁ ମନେ ପକାଇ ବିଭିନ୍ନ ଟ୍ୱିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jun 25, 2019, 9:04 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.