ETV Bharat / sports

ବିଶ୍ବକପ: ଜାଣନ୍ତୁ, ସେମି ଲଢେଇ ପୂର୍ବରୁ କ’ଣ କହିଲେ କୋହଲି ? - ICC

ମଙ୍ଗଳବାର ମାଞ୍ଚେଷ୍ଟରରେ ବିଶ୍ବକପର ପ୍ରଥମ ହାଇପ୍ରୋଫାଇଲ ସେମିଫାଇନାଲ ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛିନ୍ତି । ବିରାଟ କହିଛନ୍ତି ସବୁ ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚା ରହିଛି । ସେମିଫାଇନାଲ ଭଳି ନକଆଉଟ ମ୍ୟାଚରେ ଖେଳିବା ଟିମ ଇଣ୍ଡିଆକୁ ଭଲ ଭାବେ ଜଣା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Jul 8, 2019, 9:40 PM IST

ମାଞ୍ଚେଷ୍ଟର: ମଙ୍ଗଳବାର ମାଞ୍ଚେଷ୍ଟରରେ ହେବ ମହାମୁକାବିଲା । ବିଶ୍ବକପର ପ୍ରଥମ ହାଇପ୍ରୋଫାଇଲ ସେମିଫାଇନାଲ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ମଙ୍ଗଳବାର ମାଞ୍ଚେଷ୍ଟର ମଇଦାନରେ ଆର ପାର ଲଢେଇ ହେବ । କାରଣ ବିଜୟୀ ଦଳ ଫାଇନାଲକୁ ଉନ୍ନୀତ ହେବ ।

ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛିନ୍ତି । ବିରାଟ କହିଛନ୍ତି ସବୁ ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚା ରହିଛି । ସେମିଫାଇନାଲ ଭଳି ନକଆଉଟ ମ୍ୟାଚରେ ଖେଳିବା ଟିମ ଇଣ୍ଡିଆକୁ ଭଲ ଭାବେ ଜଣା । ରୋହିତ ଦମଦାର ଫର୍ମରେ ଅଛନ୍ତି । ବିଶ୍ବକପର ଗୋଟିଏ ସଂସ୍କରଣରେ 5ଟି ଶତକ ହାସଲ କରିବାର ପ୍ରଥମ ଖେଳାଳି ହୋଇଛନ୍ତି ରୋହିତ । ଏବେ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୋହିତ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ତେବେ ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଦଳ ବୋଲି କୋହଲି କହିଛନ୍ତି । ନ୍ୟୁଜିଲାଣ୍ଡ 2015 ବିଶ୍ବକପ ଫାଇନାଲ ଖେଳିଥିଲା । ତେଣୁ ସତର୍କତାର ସହ ଟିମ ଇଣ୍ଡିଆ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବ । ସବୁ ବିଭାଗରେ ଶତପ୍ରତିଶତ ଯୋଗଦାନ ଦେବାକୁ ହେବ ।

2008ରେ 19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ । ସେବେ ବିରାଟ ଟିମ ଇଣ୍ଡିଆର କ୍ୟାପଟେନ ଥିଲେ ଓ ୱିଲିୟମସନ ନ୍ୟୁଜିଲାଣ୍ଡର କ୍ୟାପଟେନ ଥିଲେ । 11ବର୍ଷ ତଳର ସେହି ମ୍ୟାଚ କଥା କାଲି ମ୍ୟାଚରେ ୱିଲିୟମସନଙ୍କୁ ମନେପକାଇବି କହିଛନ୍ତି କୋହଲି । ମ୍ୟାଚରେ ଭାରତୀୟ ବୋଲରଙ୍କ ପାଇଁ ୱିଲିୟମସନ ଓ ଟେଲରଙ୍କ ୱିକେଟ ବହୁମୂଲ୍ୟ ହେବ କହିଛନ୍ତି କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sfss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.