ETV Bharat / sports

48 ଘଣ୍ଟା ମଧ୍ୟରେ ଅବସର ନେବେ ଧୋନି! - indian team

ବିସିସିଆଇର ଏକ ସୁତ୍ରରୁ ଖବର ମିଳୁଛି ଯେ, ଧୋନିଙ୍କ ଅବସରର ନେଇ ବୋର୍ଡ କର୍ମକର୍ତ୍ତା ତାଙ୍କ ସହ ଆଲୋଚନା କରିବେ ଓ ଧୋନିଙ୍କୁ ଅବସର ନେବା ପାଇଁ ବୁଝାସୁଝା କରିବେ ।

ଡିଜାଇନ ଫଟୋ
author img

By

Published : Jul 16, 2019, 6:20 PM IST

Updated : Jul 16, 2019, 11:57 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ୱକପ । ଏବେ ଧୋନିଙ୍କ ଅବସର ନେଇ ଚାଲିଛି ଅଙ୍କକଷା । ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନ ଦେଖି ଏହା ଅନୁମାନ ଲଗାଯାଇ ପାରେ ଧୋନିଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇସାରିଛି । ତେବେ ବିସିସିଆଇର ଏକ ସୁତ୍ରରୁ ଖବର ମିଳୁଛି ଯେ, ଧୋନିଙ୍କ ଅବସରର ନେଇ ବୋର୍ଡ କର୍ମକର୍ତ୍ତା ତାଙ୍କ ସହ ଆଲୋଚନା କରିବେ ଓ ଧୋନିଙ୍କୁ ଅବସର ନେବା ପାଇଁ ବୁଝାସୁଝା କରିବେ ।

ମିଳିଥିବା ସୂଚନା ଅନୁଯାୟୀ, ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଖୁବଶୀଘ୍ର ଧୋନୀଙ୍କ ସହ ଆଲୋଚନା କରିବେ । ଯଦି ସେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ତେବେ ତାଙ୍କ ଅବସର ନେବାର ସମୟ ଆସିପାରେ ବୋଲି ବୁଝାଇବେ । ତେବେ ଯଦି ଏମିତି ହୁଏ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ଅବସରର ନେଇ ପାରନ୍ତି ଧୋନି । ସୂଚନାଥାଉ କି, ଶୁକ୍ରବର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବ ।

ତେବେ ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି ଏମିିିତି କହିଛନ୍ତି । ସେ କହିଛନ୍ତି, " ରିଷଭ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଧୋନିଙ୍କୁ ଅବସରର ନେବା ଦରକାର ବୋଲି ବୁଝାଯିବା । ବିଶ୍ୱକପ୍‌ରେ ଧୋନି ଆଉ ପୂର୍ବଭଳି ବ୍ୟାଟ୍ସମ୍ୟାନ ନାହାନ୍ତି । ବ୍ୟାଟିଂ କ୍ରମର 6ଷ୍ଠ କିମ୍ବା 7ମ ସ୍ଥାନରେ ଆସିବା ସତ୍ତ୍ୱେ ସେ ଦ୍ରୁତ ବୋଲରଙ୍କ ବିପକ୍ଷରେ ସ୍କୋର କରିପାରୁ ନାହାନ୍ତି। ତେବେ ଆମର ବିଶ୍ବସ ଯେ, ଧୋନି ଯଥାଶୀଘ୍ର ଅବସରର ନେଇ ପାରନ୍ତି । "

ଏହା ସହିତ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଲାଗି ଧୋନିଙ୍କୁ ଚୟନ କରାଯିବ ନାହିଁ । କାରଣ ସେ 2020 ଟି20 ବିଶ୍ୱକପ୍‌ ଲାଗି ଚୟନକର୍ତ୍ତାଙ୍କ ଯୋଜନାରେ ନାହାନ୍ତି । ତାଙ୍କୁ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ପଡ଼ିବ। ଆଉ ତାଙ୍କୁ ସିଧାସଳଖ ଜାତୀୟ ଦଳକୁ ଚୟନ କରାଯିବ ନାହିଁ ।

Intro:Body:

BLANK 

Conclusion:
Last Updated : Jul 16, 2019, 11:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.