ETV Bharat / sports

ବିଶ୍ବକପରେ ଟିମ ଇଣ୍ଡିଆର ପାଣ୍ଡ୍ୟା ପଞ୍ଚ - mi

ଭାରତ ନ୍ୟୁଜିଲାଣ୍ଡ ଅଭ୍ୟାସ ମ୍ୟାଚରେ ମଧ୍ୟକ୍ରମରେ ବ୍ୟାଟିଂ ସୁଯୋଗ ପାଇଥିବା ଅଲରାଉଣ୍ଡର ପାଣ୍ଡ୍ୟା କାଉଣ୍ଟର ଆଟାକ କରିଥଲେ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 27, 2019, 10:17 AM IST

ଲଣ୍ଡନ: ଆରମ୍ଭ ହେଲାଣି ବିଶ୍ବକପ କାଉଣ୍ଟ ଡାଉନ । ମେ 30ରୁ ଆରମ୍ଭ ହେବ ଅସଲ ମୁକାବିଲା । ପୂର୍ବରୁ ସବୁ ଦଳ ଅଭ୍ୟାସ ମ୍ୟାସ ଖେଳୁଛନ୍ତି । ଭାରତ ତାର ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଛି । ତେବେ ମ୍ୟାଚ ଦିନ ପାଗ ସାମାନ୍ୟ ମେଘୁଆ ଥିବାରୁ ପିଚ ବୋଲରଙ୍କୁ ସୁହାଇଥିଲା ।

ପ୍ରଥମେ ଟସ ଜିତି ବିରାଟଙ୍କ ବ୍ୟାଟିଂ ନିଷ୍ପତ୍ତି ଭାରତ ପକ୍ଷରେ ଯାଇନଥିଲା । ଟ୍ରେଣ୍ଟ ବୋଲ୍ଟ ଓ ଅନ୍ୟ ନ୍ୟୁଜିଲାଣ୍ଡ ବୋଲର ଟିମ ଇଣ୍ଡିଆର ଟପ ଅର୍ଡରକୁ ଶୀଘ୍ର ଆଉଟ କରିଦେଇଥିଲେ । ତେବେ ମଧ୍ୟକ୍ରମରେ ବ୍ୟାଟିଂ ସୁଯୋଗ ପାଇଥିବା ଅଲରାଉଣ୍ଡର ପାଣ୍ଡ୍ୟା କାଉଣ୍ଟର ଆଟାକ କରିଥଲେ । 37 ବଲରୁ 30 ରନ କରି ଭାରତୀୟ ପାଳିକୁ ସମ୍ଭାଳିଥିଲେ । ଟିମ ଇଣ୍ଡିଆର ବିଶ୍ବକପ ଦଳରେ ପାଣ୍ଡ୍ୟାଙ୍କ ଭୁମିକା ଗୁରତ୍ବପୂର୍ଣ୍ଣ । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ କରିପାରନ୍ତି ପାଣ୍ଡ୍ୟା ।

ତେବେ ବିଶ୍ବକପ ଦଳରେ ତାଙ୍କୁ ସ୍ଥାନ ମିଳିବା ନେଇ ଅନେକ ଚର୍ଚ୍ଚା ହେଉଛି । ଏଥିପାଇଁ ପାଣ୍ଡ୍ୟାଙ୍କର କ୍ରିକେଟ ପ୍ରତି ଥିବା ପ୍ରତିବଦ୍ଧତା ମୁଖ୍ୟ କାରଣ । ପ୍ରତି ମ୍ୟାଚରେ ଦଳକୁ ବିଜୟୀ କରିବାକୁ ଦମ ଲଗାଇ ଦିଅନ୍ତି ପାଣ୍ଡ୍ୟା । ଏହାର ପ୍ରମାଣ 2018 ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳାରେ ଜଣାପଡିଥଲା । ପ୍ରତିକୂଳ ପରିସ୍ଥିତିରେ ବି 93 ରନ ର ଲଢୁଆ ପାଳି ଖେଳିଥିଲେ ପାଣ୍ଡ୍ୟା । ନିକଟରେ ଶେଷ ହୋଇଛି ଆଇପିଏଲ । ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ପାଣ୍ଡ୍ୟା ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଆଇପିଏଲରେ ପାଖାପାଖି 200 ଷ୍ଟ୍ରାଇକ ରେଟରେ 16 ମ୍ୟାଚରୁ 402 ରନ କରିଛନ୍ତି ପାଣ୍ଡ୍ୟା । ବିଶ୍ବକପରେ ମଧ୍ୟ ପାଣ୍ଡ୍ୟା ଏମିତି କିଛି କରିସ୍ମା କରିବାନେଇ ଆଶା କରାଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.