ଲଣ୍ଡନ: ବହୁତ କମ ମ୍ୟାଚରେ ଟିମ ଇଣ୍ଡିଆର ଟପ ଅର୍ଡର ଫେଲ ମାରିବା ଦେଖାଯାଏ । ଏକା ସାଙ୍ଗରେ ରୋହିତ, ଶିଖର, କୋହଲି ଫେଲ ହେବା ତ କେବେକେବେ ଦେଖିବାକୁ ମିଳେ । କ୍ରିକେଟ ବିଶ୍ବକପର କାଉନଡାଉନ ଆରମ୍ଭ ହୋଇଗଲାଣି । ଆସନ୍ତା 30ରୁ ବିଶ୍ବକପ ଆରମ୍ଭ ହେବ । ଭାରତ ଜୁନ 6ରେ ପ୍ରଥମ ମ୍ୟାଚ ଖେଳିବ ।
କିନ୍ତୁ ତା ପୂର୍ବରୁ ଶନିବାର ଅଭ୍ୟାସ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତକୁ 6 ୱିକେଟରେ ହାରିବାକୁ ପଡିଛି । ପ୍ରଥମେ ବ୍ୟାଟିଂ କରି ମାତ୍ର 179 ରନରେ ସମସ୍ତ ୱିକେଟ ହରାଇଥିଲା ଟିମ ଇଣ୍ଡିଆ । ଟ୍ରେଣ୍ଟ ବୋଲ୍ଟ ଟିମ ଇଣ୍ଡିଆର ଟପ ଅର୍ଡରକୁ ଶୀଘ୍ର ପାଭିଲିୟନ ପଠାଇ ଦେଇଥିଲେ ।
ଏହାକୁ ଗମ୍ଭୀରତାର ସହ ନେଇଛନ୍ତି କ୍ୟାପଟେନ ବିରାଟ । ବିରାଟ କହିଛନ୍ତି ବୋଲରଙ୍କୁ ସୁହାଇଥିବା ପିଚରେ ଟପ ଅର୍ଡର ଶୀଘ୍ର ଆଉଟ ହୋଇପାରନ୍ତି । ତେବେ ମିଡିଲ ଅର୍ଡରକୁ ଏହାର ଭରଣା କରିବାକୁ ହେବ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବା ଜରୁରୀ । ବିରାଟ କହିଛନ୍ତି ଯେ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ଶେଷ ଭାଗରେ ବ୍ୟାଟିଂ କରିବାକୁ ହେବ । ପ୍ରାୟତଃ ମ୍ୟାଚର ଫଳାଫଳ ଶେଷ ଓଭରରେ ଆସିବାରେ । ତେଣୁ ପ୍ରଥମେ ବ୍ୟାଟିଂ ହେଉ ବା ଦ୍ବିତୀୟରେ ଶେଷ ଭାଗରେ ବ୍ୟାଟିଂ ଗୁରୁତ୍ତ୍ବପୂର୍ଣ୍ଣ ରହିବ ।