ETV Bharat / sports

ଓ୍ବାର୍ଣ୍ଣରଙ୍କୁ 'ଠକ ଏଠୁ ଚାଲିଯାଅ' କହିଲେ ଇଂଲଣ୍ଡ ଫ୍ୟାନ୍ସ - warner

ବିଶ୍ବକପରେ ଇଂଲଣ୍ଡ ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ବିଶେଷ କରି ଇଂଲଣ୍ଡର ପ୍ରଶଂସକ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଇ କଟୁ କଥା କହିବା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 25, 2019, 11:28 PM IST

ସାଉଥମ୍ପଷ୍ଟନ: ବିଶ୍ବକପରେ ଇଂଲଣ୍ଡ ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ବିଶେଷ କରି ଇଂଲଣ୍ଡର ପ୍ରଶଂସକ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଇ କଟୁ କଥାକହିବା ଦେଖିବାକୁ ମିଳୁଛି। ଯାହାର ଝଲକ ଦେଖିବାକୁ ମିଳିଛି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ।

ଟସ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଓ୍ବାର୍ଣ୍ଣର ପଡିଆକୁ ବ୍ୟାଟିଂ କରିବାକୁ ଆସିଲା ପରେ ଇଂଲଣ୍ଡ ପ୍ରଶଂସକ 'ଗେଟ ଅଫ ଓ୍ବାର୍ଣ୍ଣର ୟୁ ଚିଟ' ଚିଲ୍ଲାଇଥିଲେ । ବଲ ଟାମ୍ପରିଂ ଅଭିଯୋଗରେ 12 ମାସ ବାସନ୍ଦ ହୋଇଥିଲେ ଓ୍ବାର୍ଣ୍ଣର ଓ ସ୍ମିଥ । ବାସନ୍ଦ ଉଠିବା ପରେ ପ୍ରଥମ ମ୍ୟାଚ ଖେଳୁଥିଲେ ଦୁଇ ଖେଳାଳି ।

ଓ୍ବାର୍ଣ୍ଣର 43 ରନ କରି ଆଉଟ ହୋଇଥିଲେ । ପରେ ମ୍ୟାଚର 17ତମ ଓଭରରେ ସ୍ମିଥ ବ୍ୟାଟିଂ ପାଇଁ ଆସିଥିଲେ । ମ୍ୟାଚ ଚାଲିଥିବା ସମୟରେ ଇଂଲଣ୍ଡ ଫ୍ୟାନ୍ସ ଠକ ଠକ କହି ଚିଲ୍ଲାଇଥିଲେ । ପରେ ତାଙ୍କୁ ଜବାବ ଦେବାକୁ ଯାଇ ଜଣେ ଅଷ୍ଟ୍ରେଲିଆ ଫ୍ୟାନ୍ସ 'ଗେଟ ଇମ ଷ୍ଟିଭ' କହି ବୁଝାଇଥିଲେ । ଅଷ୍ଟ୍ରଲିଆ ଦଳ ବିଶ୍ବକପ ଓ ପରେ ଆସେସ ସିରିଜ ପାଇଁ ପ୍ରାୟ 4 ମାସରୁ ଅଧିକ ସମୟ ଧରି ଇଂଲଣ୍ଡରେ ରହିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.