ETV Bharat / sports

ବିଶ୍ବକପ: ଦାଉ ସାଧିଲା ବର୍ଷା, ଧୋଇଗଲା ଭାରତ-କିଓ୍ବି ମ୍ୟାଚ - rain

ବର୍ଷା ଯୋଗୁଁ ଭାରତ ନ୍ୟୁଜିଲାଣ୍ଡ ମ୍ୟାଚ ଧୋଇଗଲା । ଉଭୟ ଟିମକୁ 1 ପଏଣ୍ଟ ଲେଖାଏଁ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(@cricketworldcup)
author img

By

Published : Jun 13, 2019, 8:46 PM IST

Updated : Jun 13, 2019, 10:13 PM IST

ନଟିଂହାମ: ବିଶ୍ବକପରେ ପୁଣି ବର୍ଷା ସାଜିଲା ବାଧକ । ଧୋଇଗଲା ଦୁଇ ଅପରାଜୟ ଦଳ ଭାରତ ବନାମ ନ୍ୟୁଜିଲାଣ୍ଡ ମୁକାବିଲା । ଫଳରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ନ୍ୟୁଜିଲାଣ୍ଡ 3ଟି ମ୍ୟାଚରୁ 6ପଏଣ୍ଟ ଓ ଆଜିର ଏକ ପଏଣ୍ଟ ସହ 7ପଏଣ୍ଟରେ ପହଞ୍ଚିଛି । ଭାରତ ପଏଣ୍ଟ 5ରେ ପହଞ୍ଚିଛି । ପୂର୍ବରୁ ଅନ୍ୟ 3ଟି ମ୍ୟାଚ ମଧ୍ୟ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନଥିଲା ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(@cricketworldcup)

ଗୁରୁବାର ମ୍ୟାଚ ଟ୍ରେଣ୍ଟ ବ୍ରିଜର ନଟିଂହାମ ଗ୍ରାଉଣ୍ଡରେ ଖେଳାଯିବାର ଥିଲା । ଇଂଲଣ୍ଡ ସମୟ ସକାଳ 10ଟାରେ ବର୍ଷା କମିଯାଇଥିଲା । ତେବେ ଆଉଟଫିଲ୍ଡରେ ସମସ୍ୟା ଯୋଗୁଁ ଟସରେ ବିଳମ୍ବ ହୋଇଥିଲା । ପରେ ବର୍ଷା ଆରମ୍ଭ ହେବାରୁ ପିଚକୁ କଭର କରାଯାଇଥିଲା । ତେବେ 5 ଥରରୁ ଅଧିକ କଭର କଢାଯାଇ ମ୍ୟାଚ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ବର୍ଷା ତାହା କରାଇ ଦେଇନଥିଲା । ଶେଷରେ ବର୍ଷାର ବିଜୟ ହେଲା ମ୍ୟାଚକୁ ବାତିଲ ଘୋଷଣା କରାଗଲା ।

ତେବେ ନଟିଂହାମରେ ଗତ 4ଦିନଧରି ପ୍ରବଳବର୍ଷାର ଅନୁମାନ କରିଥିଲା ସ୍ଥାନୀୟ ପାଣିପାଗ ବିଭାଗ । ନଟିଂହାମ ସମେତ ପାଖାପାଖି 3ଟି ସହରକୁ ବର୍ଷା ପାଇଁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 13, 2019, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.