ମଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଆଜି ହାଇଭୋଲଟେଜ ଭାରତ ପାକିସ୍ତାନ ମ୍ୟାଚ ଖେଳାଯାଉଛି । ମ୍ୟାଚ ଆରମ୍ଭରୁ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ହିଟମ୍ୟାନ ରୋହିତ ଶର୍ମା ଜବରଦସ୍ତ ଶତକ ହାସଲ କରିଛନ୍ତି ।

ପାକିସ୍ତାନ ବୋଲରଙ୍କୁ ପ୍ରଭାବହୀନ ସଜେଇଛନ୍ତି ରୋହିତ । ଆମିର, ୱାହାବଙ୍କ ଲାଇନଲେନ୍ଥକୁ ପ୍ରଥମ ସ୍ପେଲରେ ବିଗାଡି ଦେଇଛନ୍ତି ରୋହିତ । ରୋହିତଙ୍କ ଶତକୀୟ ପାଳିରେ ରହିଛି 9 ଚୌକା ଓ 3ଟି ଆକର୍ଷଣୀୟ ଛକା । ଭାରତର ସ୍କୋର 30 ଓଭର ସୁଦ୍ଧା 183/1 ରହିଛି ।