ଲଣ୍ଡନ: ଚଳିତ ବିଶ୍ବକପରେ ଏକ ମାତ୍ର ଅପରାଜୟ ଦଳ ହେଉଛି ଭାରତ । ସ୍ଥିତି ଏପରି ହୋଇଛି ଯେ ବିଶ୍ବକପ ପୂର୍ବରୁ ଆଇସିସି ମାନ୍ୟତାର ନଂ1 ସ୍ଥାନ ଇଂଲଣ୍ଡଠୁ ଛଡାଇ ଆଣିଛି ଭାରତ । ବିଶ୍ବକପରେ ଭାରତର ପ୍ରଦର୍ଶନକୁ ଦେଖି ଇଂଲଣ୍ଡର ପୂର୍ବତନ ଭେଟେରାନ କ୍ରିକେଟର ମାଇକେଲ ଭନ ଏକ ବଡ ବୟାନ ଦେଇଛନ୍ତି । ଭନ କହିଛନ୍ତି ଭାରତକୁ ଯେଉଁ ଦଳ ହରାଇପାରିବ ସେ ହିଁ ବିଶ୍ବକପ ଜିତିବ ।
ବିଶ୍ବକପ ଖେଳୁଥିବା 10ଟି ଟିମ ମଧ୍ୟରୁ ନେଟ ରନରେଟରେ(+1.160) ଆଗୁଆ ରହିଛି । ଅର୍ଥାତ ଭାରତକୁ ହରାଇବା ଯେମିତି ଅନ୍ୟଟିମଙ୍କ ପାଇଁ ଅସମ୍ଭବ ପ୍ରତୀତ ହୋଇଛି । ଭାରତୀୟ ଦଳରେ ଖେଳୁଥିବା ସମସ୍ତ ଖେଳାଳି ଜଣେଜଣେ ମ୍ୟାଚ ବିଜେତା । ସବୁ ମ୍ୟାଚରେ ଜଣେ ନୁହେଁ ସାମୁହିକ ଭାବରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି ।
ୱେଷ୍ଟଇଣ୍ଡିଜ ବିପକ୍ଷରେ 125 ରନର ବଡ ବ୍ୟବଧାନର ବିଜୟ ହିଁ ଏହାକୁ ବୟାନ କରୁଛି । ବିଶ୍ବକପରେ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜକୁ ହରାଇସାରିଛି । ନ୍ୟୁଜିଲାଣ୍ଡ ବର୍ଷା ଯୋଗୁଁ ବର୍ତ୍ତିଯାଇଥିଲା । ଆଗକୁ ଇଂଲଣ୍ଡ, ଶ୍ରୀଲଙ୍କା, ଓ ବାଂଲାଦେଶ ସହିତ ମୁକାବଲା ରହିଛି ।