ETV Bharat / sports

ବିଶ୍ବକପ: ୱିଲିୟମସନଙ୍କ ଶତକ, ଇଣ୍ଡିଜ ଆଗରେ ଟାର୍ଗେଟ 292 - WEST INDIES

ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ 292 ରନର ଟାର୍ଗେଟ ଦେଇଛି ନ୍ୟୁଜିଲାଣ୍ଡ । ବିଶ୍ବକପରେ ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲୟମସନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । 154 ବଲରୁ ଦର୍ଶନୀୟ 148 ରନ କରିଛନ୍ତି ୱିଲିୟମସନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 22, 2019, 11:09 PM IST

ମାଞ୍ଚେଷ୍ଟର: ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ 291 ରନ ସ୍କୋର କରିଛି । ଏହା ସହିତ ବିଶ୍ବକପରେ ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲୟମସନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକୀୟ ପାଳି ଖେଳିଛନ୍ତି ୱିଲିୟମସନ । 154 ବଲରୁ 15ଟି ଚୌକା ଓ ଗୋଟିଏ ଛକା ସହ ଚିତାକର୍ଷକ 148 ରନ କରିଛନ୍ତି ୱିଲିୟମସନ । ବିଶ୍ବକପରେ କିୱି କ୍ୟାପଟେନଙ୍କ ଏହା ହେଉଛି ଲଗାତାର ଦ୍ବିତୀୟ ଶତକ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚରେ ଶତକ ସହିତ ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଥିଲେ ୱିଲିୟମସନ ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ନ୍ୟୁଜିଲାଣ୍ଡର 2 ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନରୋଙ୍କୁ ଶୂନରେ ଆଉଟ କରି ପାଭିଲିୟନ ଫେରାଇଥିଲେ ସେଲଣ୍ଡନ କଟ୍ରେଲ । ମ୍ୟାଚର ପ୍ରଥମ ଓଭରର ପ୍ରଥମ ବଲରେ ଗୁପ୍ଟିଲ ଓ 5ମ ବଲରେ କଲିନଙ୍କୁ ଆଉଟ କରିଥିଲେ କଟ୍ରେଲ । ତେବେ ନ୍ୟୁଜିଲାଣ୍ଡ ପାଳିକୁ କ୍ୟାପଟେନ ୱିଲିୟମସନ ଓ ରସ ଟେଲର ଆଗକୁ ବଢାଇଥିଲେ । ଉଭୟଙ୍କ ମଧ୍ୟରେ 160 ରନର ପାର୍ଟନରସିପ ହୋଇଥିଲା । ଟେଲର 95 ବଲରୁ 69 ରନ କରି ଆଉଟ ହୋଇଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ସେଲଣ୍ଡନ କଟ୍ରେଲ 4 ଟି, ବ୍ରାଥୱେଟ 2ଟି ଓ କ୍ରିସ ଗେଲ ଗୋଟିଏ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.