ETV Bharat / sports

'200ଟଙ୍କାରୁ ଟିମ ଇଣ୍ଡିଆ' ଗମ୍ଭୀର ଦେଇଥିଲେ ବୁଟ - ନବଦୀପ ସୈନିଙ୍କ ସଂର୍ଘଷମୟ କାହାଣୀ

2013 ପର୍ଯ୍ଯନ୍ତ ଲେଦର ବଲରେ ଖେଳିନଥିଲେ । ମାତ୍ର 200 ଟଙ୍କାରେ ଟେନିସ ବଲରେ ଗଳି କ୍ରିକେଟ ଖେଳୁଥିଲେ । ଏବେ ଟିମ ଇଣ୍ଡିଆର ଦିନିକିଆ ଓ ଟି-20 ଦଳରେ ତାଙ୍କୁ ସ୍ଥାନ ମିଳିଛି । ସେ ହେଉଛନ୍ତି ଦିଲ୍ଲୀର ରଣଜୀ ଦଳର ଷ୍ଟାର ବୋଲର ନବଦୀପ ସୈନି । ଜାଣନ୍ତୁ ତାଙ୍କର ସଂର୍ଘଷମୟ କାହାଣୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 22, 2019, 2:30 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ରବିବାର ଭାରତୀୟ ଦଳ ଘୋଷଣା ହୋଇଛି । ଦିନିକିଆ ଓ ଟି-20 ଦଳରେ ସ୍ଥାନ ପାଇଛନ୍ତି ଫାଷ୍ଟ ବୋଲର ନବଦୀପ ସୈନି । 2019 ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରୁ ଖେଳିଥିଲେ ନବଦୀପ ।

ଆଇପିଏଲ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ଆରସିବି ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇର ଓପନର ତଥା ଅଷ୍ଟ୍ରେଲିଆର ଭେଟେରାନ ଖେଳାଳି ସେନ ୱାଟସନ ବ୍ୟାଟିଂ କରୁଥିଲେ । ଘଣ୍ଟାପ୍ରତି 151 କିମି ବେଗରେ ଏକ ବଲ ୱାଟସନଙ୍କ ହେଲମେଟରେ ଲାଗିଥିଲା । ପରେ ୱାଟସନ ତଳେ ପଡିଯାଇଥିଲେ । ଏହା ପରେ ସମସ୍ତଙ୍କ ନଜର ଯାଇଥିଲା ବୋଲର ନବଦୀପ ସୈନିଙ୍କ ଆଡକୁ ।

2013 ପର୍ଯ୍ଯନ୍ତ ନବଦୀପ ଲେଦର ବଲରେ ଖେଳିନଥିଲେ । କୌଣସି ବଡ ଟୁର୍ଣ୍ଣାମେଣ୍ଟରେ ସେ ଖେଳିନଥିଲେ । କର୍ଣ୍ଣାଲରେ ସେ ଟେନିସ ବଲରେ ଗଳି କ୍ରିକେଟ ଖେଳୁଥିଲେ । ନବଦୀପ ମ୍ୟାଚରୁ ମାତ୍ର 200 ଟଙ୍କା ଜିତୁଥିଲେ । କର୍ଣ୍ଣାଲ ପ୍ରିମିୟରରେ ନବଦୀପଙ୍କ ବୋଲି ଦେଖିଥିଲେ ଦିଲ୍ଲୀର ପୂର୍ବତନ ମିଡିୟମ ପେସର ସୁମିତ ନରୱାଲ । ଏହି ଟୁର୍ଣ୍ଣାମେଣ୍ଟକୁ ସୁମିତ ଆୟୋଜନ କରୁଥିଲେ । ନବଦୀପଙ୍କ ବୋଲିଂ ରେ ପ୍ରଭାବିତ ହୋଇ ଦିଲ୍ଲୀ ନେଟ୍ସରେ ଅଭ୍ୟାସ କରିବାର ସୁଯୋଗ ଦେଇଥିଲେ ସୁମିତ ।

ପରେ ଦିଲ୍ଲୀ ନେଟ୍ସରେ ନବଦୀପଙ୍କର ଗୌତମ ଗମ୍ଭୀରଙ୍କ ସହ ସାକ୍ଷାତ ହୋଇଥିଲେ । ନବଦୀପଙ୍କ ଉଚ୍ଚକୋଟିର ବୋଲିଂ ଦେଖି ଗମ୍ଭୀର ହଳେ ବୁଟ ଉପହାର ଦେଇଥିଲେ । ଏବଂ ଦିଲ୍ଲୀ ନେଟ୍ସରେ ନିୟମିତ ଅଭ୍ୟାସ କରିବାକୁ କହିଥିଲେ । ପରେ ଗମ୍ଭୀର, ନବଦୀପ ସୈନିଙ୍କୁ ଦିଲ୍ଲୀ ରଣଜୀ ଦଳରେ ସ୍ଥାନ ଦେବାକୁ ଚେଷ୍ଟା କରି ସଫଳ ହୋଇଥିଲେ । 2013-14 ସିଜିନରେ ନବଦୀପ ସୈନି ଦିଲ୍ଲୀ ରଣଜୀ ଦଳରେ ସ୍ଥାନ ପାଇଥିଲେ । ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି ନବଦୀପ । 2017-18 ରଣଜୀ ସିଜିନରେ ସର୍ବାଧିକ 34 ୱିକେଟ ନେଇ, ଦିଲ୍ଲୀକୁ ରଣଜି ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ । 2018 ଜୁନରେ ଆଫଗାନିସ୍ତାନ ବିପକ୍ଷରେ, ପ୍ରଥମ ଥର ଟିମ ଇଣ୍ଡିଆର ଟେଷ୍ଟ ଟିମରେ ସାମିଲ ହୋଇଥିଲେ ନବଦୀପ । ଏବେ ଭାରତୀୟ ଦଳର ଦିନିକିଆ ଓ ଟି-20 ଦଳରେ ସ୍ଥାନ ପାଇବା ପରେ ଭାବୁକ ହୋଇଛନ୍ତି ନବଦୀପ । ଗମ୍ଭୀରଙ୍କ କଥା ମନେପଡିଲେ ଆଖିରେ ଲୁହ ଆସିଯାଏ ବୋଲି, ହରିୟାଣାର ଏହି ଦ୍ରୁତ ବୋଲର ଭାବବିହ୍ବଳ ହୋଇ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.