ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି କ୍ରିକେଟକୁ ବିଦାୟ କହି ବିଜେପିରେ ଯୋଗ ଦେବେ । ଏମିତି କହିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାଶୱାନ । ଖୁବ ଶୀଘ୍ର ଧୋନି କ୍ରିକେଟକୁ ଅଲବିଦା କହିବେ ଏବଂ ଟିମ ମୋଦିରେ ମିଶିବେ ବୋଲି ଏହା ବିଜେପି ନେତା କହିଛନ୍ତି । ତେବେ ଏଯାଏଁ ଧୋନି ଅନ୍ତଜାର୍ତିୟ କ୍ରିକେଟକୁ ଅଲବିଦା କହିନାହାଁନ୍ତି ।
ବିଜେପି ନେତା ସଞ୍ଜୟ ପାଶୱାନଙ୍କ କହିବା ଅନୁସାରେ ସେ ବହୁଥର ଧୋନିଙ୍କ ସହ ବିଜେପିରେ ମିଶିବା ନେଇ କଥା ହୋଇଛନ୍ତି । ତେଣୁ ଧୋନି ବିଶ୍ବକପ ପରେ ଅବସର ଘୋଷଣା କରିବେ ଓ ବିଜେପିର ସଦସ୍ୟତା ଗ୍ରହଣ କରିବେ । ଦେଶ ପାଇଁ କ୍ରିକେଟ ମଧ୍ୟରେ ଧୋନି ଅନେକ ବର୍ଷ ହେଲା ସେବା କରିଆସୁଛନ୍ତି । ଏବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଦେଶର ସେବା କରିବେ ।
ତେବେ ଧୋନି ରାଜନିତୀରେ ସାମିଲ ହୋଇପାାରନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ସାମିଲ ହୋଇସାରିଛନ୍ତି । ଗୌତମ ଗମ୍ଭିର, ଚେତନ ଚୌହାନ, କିର୍ତ୍ତୀ ଆଜାଦ, ନବଜିତ ସିଂହ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ, ମହମ୍ମଦ କୈଫ, ମନୋଜ ପ୍ରଭାକର, ବିନୋଦ କାମ୍ବଲି ଆଦି ଖେଳାଳି ରାଜନୀତିରେ ପ୍ରବେଶ କରିସାରିଛନ୍ତି ।