ETV Bharat / sports

ବିଶ୍ବକପ: ହିଟ ମ୍ୟାନଙ୍କ ଆଉଟରେ ନାଖୁସ ପତ୍ନୀ

ପୁଣି ବିଶ୍ବକପରେ ଦେଖିବାକୁ ମିଳିଲା ଥାର୍ଡ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି । ରୋହିତ ଶର୍ମାଙ୍କୁ ଫିଲ୍ଡ ଅମ୍ପାୟାର ନଟ ଆଉଟ ଦେଇଥିବା ବେଳେ DRS ନେଇଥିଲା ୱେଷ୍ଟଇଣ୍ଡିଜ । ରିଭ୍ୟୁ ନେବାପରେ ଥାର୍ଡ ଅମ୍ପାୟାର ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ।

author img

By

Published : Jun 27, 2019, 8:51 PM IST

ଡିଜାଇନ ଫଟୋ

ମାଞ୍ଚେଷ୍ଟର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଆଇସିସି କ୍ରିକେଟ ବିଶ୍ବକପ ମ୍ୟାଚରେ ଆଜି(ଗୁରୁବାର) ଏମିତି ଏକ ମୂହୁର୍ତ୍ତ ଆସିଥିଲା ଯାହା ସଭିଙ୍କୁ କରିଦେଇଥିଲା ଆଶ୍ଚର୍ଯ୍ୟ । ଭାରତର ପାଳି ସମୟରେ ଷଷ୍ଠ ଓଭରର ଶେଷ ବଲରେ ରୋହିତ ଶର୍ମାଙ୍କୁ ଆଉଟ ଦେଇଥିଲେ ଥାର୍ଡ ଅମ୍ପାୟାର । ଯାହା ପରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଫ୍ୟାନ୍ସ ଓ ରୋହିତଙ୍କ ପତ୍ନୀ ରୀତିକା ବେଶ ନିରାଶ ଦଖାଯାଇଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IamRs45Fc

ଷଷ୍ଠ ଓଭରରେ ୱେଷ୍ଟଇଣ୍ଡିଜ ବୋଲର କେମର ରୋଚ ବୋଲିଂ ପାଇଁ ଆସିଥିଲେ । ରୋଚଙ୍କ ଏହି ଓଭରର ଶେଷ ବଲରେ ରୋହିତ ବ୍ୟାଟର ଭିତର ପଟୁ ଗଳି ବଲ ଯାଇ ୱିକେଟ କିପରଙ୍କ ଗ୍ଲୋଭରେ ରହିଥିଲା । କିନ୍ତୁ ମଇଦାନରେ ଥିବା ଅମ୍ପାୟାର ରିଚାର୍ଡ ଇଲିଂଗବର୍ଥ ରୋହିତଙ୍କୁ ନଟଆଉଟ ଦେଇଥିଲେ । ଏହାପରେ ୱେଷ୍ଟଇଣ୍ଡିଜ DRS ନେଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ରୋହିତଙ୍କ ପ୍ୟାଡ ଓ ବ୍ୟାଟର ବହୁ ନିକଟ ଦେଇ ଗତି କରିଥିଲା ବଲ । କିନ୍ତୁ ତାହା ପ୍ୟାଡରେ କିମ୍ବା ବ୍ୟାଟରେ ଲାଗିଛି ସ୍ପଷ୍ଟ ହୋଇନିଥିଲେ ମଧ୍ୟ ଥାର୍ଡ ଅମ୍ପାୟାର ଏହାକୁ ଆଉଟ ବୋଲି ଘୋଷଣା କରିଥିଲେ ।

fans, question, against, third umpire, controversial decision, rohit sharma, ବିଶ୍ବକପ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@raviSKumar26

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@Shashank654

ରୋହିତଙ୍କ ଆଉଟ ହେବା ପରେ ଷ୍ଟାଡିୟମରେ ଥିବା ଦର୍ଶକ ବେଶ ନିରାଶ ହୋଇଥିଲେ । ଏହାସହ ରୋହିତଙ୍କ ପତ୍ନୀ ମଧ୍ୟ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଥିଲେ । ରୋହିତ ମାତ୍ର 18 ରନ କରି ପାଭିଲିୟନ ଫେରି ଯାଇଥିଲେ । ସେପଟେ ଏହି ଘଟଣା ପରେ ଥାର୍ଡ ଅମ୍ପାୟାର ମାଇକେଲ ଗଫଙ୍କ ଏହି ନିଷ୍ପତ୍ତିକୁ ନେଇ ଟ୍ୱିଟରରେ ଫ୍ୟାନ୍ସ କରିଥିଲେ ମେମ୍‌ସର ବନ୍ୟା । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶାଇଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@sachin_chinna

ଚଳିତ ବିଶ୍ବକପରେ ଆଗରୁ ମଧ୍ୟ ଥାର୍ଡ ଅମ୍ପାୟାର ଭୁଲ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଶ୍ବକପ ଭଳି ମ୍ୟାଚରେ ଏପରି ଭୁଲ ନିଷ୍ପତ୍ତିକୁ ନେଇ ଉଠିଥିଲା ପ୍ରଶ୍ନବାଚୀ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ଜରୁରି କାଳିନ ସେବା ଲାଗି ଉଦ୍ଧିଷ୍ଟ ଥିବା SNCU ପରି ଏକ ଗୁରୁତ୍ତପୁର୍ଣ ବିଭାଗରେ ନର୍ସ ମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ କରୁଥିବା ଏକ ଦୃଶ୍ୟ ଗତକାଲି ଭାଇରାଲ ହେବା ପରେ ଆସି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି । ଜିଲ୍ଲା ସଦର ଚିକିତ୍ସାଳୟର SNCU ଭିତରେ ମଡେଲିଙ୍ଗ ଭିଡିଓ ଉତ୍ତଳନ କରି ଏହାକୁ ଟିକ୍ ଟକ୍ ରେ ସେୟାର କରିଥିବା ୪ ଜଣ ନର୍ସ ନନ୍ଦିନି ରାୟ, ରୁବି ରାୟ, ଜ୍ୟୋତି ରାୟ ଓ ତାପସି ବିଶ୍ବାସଙ୍କୁ ଆଜି ଠାରୁ “NO WORK NO PAY” ଅର୍ଥାତ ଚାକିରି ନାହି କି ଦରମା ନାହି ନୋଟିସ୍ ଜାରି କରାଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସି.ଡି.ଏମ୍.ଓ ଏହି ଆକ୍ସନ ନେଇଛନ୍ତି । ସଂପୃକ୍ତ ୪ ଜଣ ନର୍ସ ଚୁକ୍ତି ମୁଳକ ଭାବେ ଚାକିରି କରୁଥିବାରୁ ସରକାରଙ୍କ କୌଣସି ନିୟମ ସେମାନଙ୍କ ଉପରେ ଲାଗୁ ହୋଇ ପାରୁନଥିବା ସି.ଡି.ଏମ୍.ଓ କହିଛନ୍ତି । Body:ତେଣୁ ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏହି ଅଡର ଜାରି ରହିବ ବୋଲି ସି.ଡି.ଏମ୍.ଓ କହିଛନ୍ତି ।

ବାଇଟ – ଅଜିତ କୁମାର ମହାନ୍ତି, ସି.ଡି.ଏମ୍.ଓ ମାଲକାନଗିରି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.