ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମୁମ୍ବାଇର ପାରେଲ ହସ୍ପିଟାଲରେ ଲାରାଙ୍କୁ ଭର୍ତ୍ତି କରାଯାଇଛି ।
ୱେଷ୍ଟଇଣ୍ଡିଜର ଏହି ମହାନ କ୍ରିକେଟର ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଖେଳାଳି । ଲାରା ଗତ କିଛି ମାସ ଧରି ଭାରତରେ ଅଛନ୍ତି । ଭାରତର ଏକ ସ୍ପୋର୍ଟ୍ସ ଚ୍ୟାନେଲର ଷ୍ଟୁଡିଓରେ ଲାରା ବିଶ୍ବକପର କମେଣ୍ଟ୍ରି କରୁଛନ୍ତି । ଆଇପିଏଲ ମ୍ୟାଚର କମେଣ୍ଟ୍ରିଂ ମଧ୍ୟ ଲାରା ଏହି ଚ୍ୟାନେଲରେ କରିଥିଲେ ।
ତେବେ କ୍ରିକେଟ ବିଶ୍ବକପର ଭାରତ ଆଫଗାନିସ୍ତାନ ମ୍ୟାଚର କମେଣ୍ଟ୍ରି କରୁଥିବାବେଳେ ଲାରା ଅସୁସ୍ଥତା ଅନୁଭବ କରିଥିଲେ । ସେଥିପାଇଁ ସେ ଅଧାରୁ କମେଣ୍ଟ୍ରି କରିବା ବନ୍ଦ କରିଥିଲେ । ଆଜି ସକାଳେ ପୁଣିଥରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଲାରା । ତେବେ ବର୍ତ୍ତମାନ ଲାରା ଠିକ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଜୁନ 27ରେ ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚରେ ଲାରା କମେଣ୍ଟ୍ରି କରିବାର କାର୍ଯ୍ୟସୂଚୀ ରହିଛି ।