ମଞ୍ଚେଷ୍ଟର: ଟିମ ଇଣ୍ଡିଆର କ୍ୟାପଟେନ କୋହଲିଙ୍କର ଅନେକ ନାମ ରହିଛି । ପ୍ରତିପକ୍ଷ ଟିମ ଯିଏ ବି ହେଉନା କାହିଁକି, ବିରାଟ ବ୍ୟାଟିଂ ପାଇଁ ବାହାରିଲେ ନୂଆ ରେକର୍ଡ ହୁଏ କିମ୍ବା ପୁରୁଣା ରେକର୍ଡ ଭାଙ୍ଗେ । ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଉଏକ ବିରାଟ କିର୍ତ୍ତୀମାନ ବିରାଟଙ୍କ ନାଁ ରେ ଯୋଡି ହୋଇଛି ।
ଦିନିକିଆରେ ଦ୍ରୁତ 11000 ରନ କରିବାରେ ବିରାଟ ହୋଇଛନ୍ତି ଦୁନିଆର ପ୍ରଥମ କ୍ରିକେଟର । ବିରାଟ ଆଇସିସି ଦିନିକିଆ ମାନ୍ୟତାର 1ନଂ ବ୍ୟାଟ୍ସମ୍ୟାନ ଅଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ 57 ରନ କରିଥିବାବେଳେ ବିରାଟ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ । ବିରାଟ 222 ଇଂନିସରେ 11000ରନକୁ କ୍ଳବରେ ପହଞ୍ଚିଯାଇଛନ୍ତି । ପୂର୍ବରୁ ସଚିନ 276,ପଏଣ୍ଟିଂ 286, ଗାଙ୍ଗୁଲି 288ଇଂନିସରେ 11000 ରନକୁ ଅତିକ୍ରମ କରିଛନ୍ତି ।