ETV Bharat / sports

ବିଶ୍ବକପ: ଧୋନିଙ୍କ ଆଘାତ ସାମାନ୍ୟ, ସ୍ପଷ୍ଟ କଲା ଟିମ ମ୍ୟାନେଜମେଣ୍ଟ

ଏକ ବଡ କ୍ଷତିରୁ ବଞ୍ଚିଯାଇଛି ଟିମ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନିଙ୍କ ଆଙ୍ଗୁଠିରେ ବଲ ବାଜି ରକ୍ତ ବାହାରୁଥିବାର ଦେଖାଯାଇଥିଲା । ଧୋନିଙ୍କ ଆଘାତ ସାମାନ୍ୟ ଓ ସେ ସଂପୂର୍ଣ୍ଣ ଫିଟ ଅଛନ୍ତି ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଜଣାପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 4, 2019, 11:49 PM IST

ଲଣ୍ଡନ: ଏକ ବଡ କ୍ଷତିରୁ ବଞ୍ଚିଯାଇଛି ଟିମ ଇଣ୍ଡିଆ । ଧୋନିଙ୍କ ଆଘାତ ସାମାନ୍ୟ ଓ ସେ ସଂପୂର୍ଣ୍ଣ ଫିଟ ଅଛନ୍ତି ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଜଣାପଡିଛି । ଆହତ ସମସ୍ୟା ପାଇଁ ଓପନର ଶିଖର ଧାୱନ ଓ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ବକପ ଅଧାରୁ ବାଦ ପଡିସାରିଛନ୍ତି । ଏପରି ସ୍ଥିତିରେ ଧୋନିଙ୍କୁ ନେଇ ଆସିଥିବା ଏହି ଖବର ଭାରତୀୟ କ୍ରିକେଟ ପ୍ରେମିଙ୍କୁ ଆଶ୍ବସ୍ତି କରିଛି । କାରଣ ଆଗକୁ ଗୁରୁତ୍ତ୍ବପୂର୍ଣ୍ଣ ସେମିଫାଇନାଲ ଓ ଫାଇନାଲ ମୁକାବଲା ରହିଛି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଶେଷ ଲିଗ ମ୍ୟାଚ ରହିଛି ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନିଙ୍କ ଆଙ୍ଗୁଠିରେ ବଲ ବାଜିଥିଲା । ଏହାପରେ ସେଠାରୁ ରକ୍ତ ବୋହୁଥିବା ଦେଖାଯାଇଥିଲା । ତେବେ ଆଙ୍ଗୁଠିରେ ଲାଗିଥିବା ଆଘାତ ଏତେ ଗୁରୁତର ନୁହେଁ ବୋଲି ଜଣାପଡିଛି ।

ଧୋନି 300 ଦିନିକିଆ ମ୍ୟାଚ ଖେଳିସାରିଛନ୍ତି । ତାଙ୍କ ପାଇଁ ଏହି କଷ୍ଟ ସାମାନ୍ୟ ବୋଲି ମଧ୍ୟ ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ଅଧିକାରୀଙ୍କ ସୁତ୍ରରୁ କୁହାଯାଇଛି ।

Intro:Body:

saf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.