ETV Bharat / sports

ବିନା ଦର୍ଶକରେ ଖେଳାଯିବ ଜିମ୍ବାୱେ-ପାକିସ୍ତାନ ସିରିଜ - ବିନା ଦର୍ଶକରେ ଜିମ୍ବାୱେ-ପାକିସ୍ତାନ ସିରିଜ

ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ 3 ଟିକିଆ ଟି20 ସିରିଜ । ଅଧିକ ପଢନ୍ତୁ...

ZIM vs PAK Series To Be Played Behind Closed Doors
ବିନା ଦର୍ଶକରେ ଖେଳାଯିବ ଜିମ୍ବାୱେ-ପାକିସ୍ତାନ ସିରିଜ
author img

By

Published : Mar 29, 2021, 10:33 PM IST

ଲାହୋର: ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ 3 ଟିକିଆ ଟି20 ସିରିଜ । ଏପ୍ରିଲ-ମଇରେ ଖେଳାଯିବାକୁ ଥିବା ଏହି ସିରିଜ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ।

ପାକିସ୍ତାନ ଟିମ ଏପ୍ରିଲ 17ରେ ଜିମ୍ବାୱେ ଗସ୍ତ କରିବ ଓ 21 ଏପ୍ରିଲରେ ପ୍ରଥମ ଟି20 ମୁକାବିଲା ଖେଳାଯିବ । ଦୁଇ ଟିମ ମଧ୍ୟରେ ଟି20 ସିରିଜ ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା 29 ଏପ୍ରିଲରୁ 3 ମଇ ପର୍ଯ୍ୟନ୍ତ ଖେଳାଯିବ । ଦ୍ବିତୀୟ ଟେଷ୍ଟ 7ରୁ 11 ମଇ ପର୍ଯ୍ୟନ୍ତ ଖେଳାଯିବ ।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ରବିବାର ଜାରି ବୟାନ ଅନୁଯାୟୀ, ଟିମ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିବା ପରେ 17 ଏପ୍ରିଲକୁ ଜିମ୍ବାୱେ ଅଭିମୁଖେ ଉଡାଣ ଭରିବ । ଜିମ୍ବାୱେ ଗତବର୍ଷ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟିକିଆ ଟେଷ୍ଟ ସିରିଜ ଆୟୋଜନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.