ଅହମ୍ମଦାବାଦ: ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ଟି20 କ୍ରିକେଟରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି ଚହଲ । ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଚହଲ ।
-
Congratulations & best wishes to @yuzi_chahal who will be playing his 1⃣0⃣0⃣th international game today. 👏👏@Paytm #INDvENG #TeamIndia pic.twitter.com/iTSr6cNfC0
— BCCI (@BCCI) March 12, 2021 " class="align-text-top noRightClick twitterSection" data="
">Congratulations & best wishes to @yuzi_chahal who will be playing his 1⃣0⃣0⃣th international game today. 👏👏@Paytm #INDvENG #TeamIndia pic.twitter.com/iTSr6cNfC0
— BCCI (@BCCI) March 12, 2021Congratulations & best wishes to @yuzi_chahal who will be playing his 1⃣0⃣0⃣th international game today. 👏👏@Paytm #INDvENG #TeamIndia pic.twitter.com/iTSr6cNfC0
— BCCI (@BCCI) March 12, 2021
ଇଂଲଣ୍ଡ ଓପନର ଜସ ବଟଲରଙ୍କୁ ଆଉଟ କରିବା ପରେ ଅନ୍ତର୍ଜାତୀୟ ଟି20 କ୍ୟାରିୟରରେ ନିଜର 60ତମ ୱିକେଟ ହାସଲ କରିଥିଲେ । ଫଳରେ ଚହଲ 46ତମ ମ୍ୟାଚରେ ବୁମରାଙ୍କୁ ପଛରେ ପକାଇଛନ୍ତି । ପୂର୍ବରୁ ବୁମରା 50 ମ୍ୟାଚ ଖେଳି 6.66 ହାରରେ 59 ୱିକେଟ ହାସଲ କରିଥିଲେ ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟି20 ଚହଲଙ୍କ ଅନ୍ତର୍ଜାତୀୟ କ୍ୟାରିୟରର 100ତମ ମ୍ୟାଚ ମଧ୍ୟ ଥିଲା । ଷ୍ଟାର ସ୍ପିନର ବର୍ଷ 2016ରେ ଜିମ୍ବାୱେ ବିପକ୍ଷରେ ଟି20 ଡେବ୍ୟୁ କରିଥିଲେ । ସେହିପରି ଦିନିକିଆରେ 54 ମ୍ୟାଚରୁ 5.20 ହାରରେ 92 ୱିକେଟ ଚହଲଙ୍କ ନାମରେ ରହିଛି ।
ଭାରତ ପକ୍ଷରୁ ସର୍ବାଧିକ ଟି20 ୱିକେଟ ହାସଲକାରୀ ବୋଲର:
1. ୟୁଜଭେନ୍ଦ୍ର ଚହଲ: ମ୍ୟାଚ : 46 I ୱିକେଟ: 60
2. ଯଶପ୍ରୀତ ବୁମରା : ମ୍ୟାଚ : 50 I ୱିକେଟ: 59
3. ରବିଚନ୍ଦ୍ରନ ଅଶ୍ବିନ : ମ୍ୟାଚ : 46 I ୱିକେଟ: 52
4. ଭୁବନେଶ୍ବର କୁମାର : ମ୍ୟାଚ : 44 I ୱିକେଟ: 41
5. କୁଲଦୀପ ଯାଦବ : ମ୍ୟାଚ : 21 I ୱିକେଟ: 39
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ