ହାଇଦ୍ରାବାଦ: ପ୍ରାୟ ସମସ୍ତ ଭାରତୀୟ କ୍ରିକେଟର ଏବେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଦେଶବ୍ୟାପୀ ଲକଡାଉନ କାରଣରୁ ଏମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହିଛନ୍ତି । କିନ୍ତୁ ଯଦି ଜଣେ ଭାରତୀୟ କ୍ରିକେଟରଙ୍କ କଥା କହିବା ଯିଏକି ସୋସିଆଲ ମିଡିଆରେ ନିଜର ଉପସ୍ଥିତି ସବୁବେଳେ ଦେଖାଇଥାନ୍ତି, ସେ ହେଉଛନ୍ତି ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ । ଟ୍ବିଟର, ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ୍ ଆପଣ ଯେଉଁ ସୋସିଆଲ ମିଡିଆ କଥା କହିବେ ସବୁଠି ଚହଲଙ୍କ ଉପସ୍ଥିତି ପାଇବେ । ତାଙ୍କର ମଜାଳିଆ କମେଣ୍ଟ ଓ ଭିଡିଓରେ ସେ ଫ୍ୟାନ୍ସଙ୍କୁ ବେଶ ମନୋରଞ୍ଜନ କରନ୍ତି ।
ରବିବାର, ଚହଲ ‘କିମ୍ବଦନ୍ତୀ’ କ୍ରିକେଟର ଏମଏସ ଧୋନିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିବାକୁ ନିଷ୍ପତ୍ତି ନେଇଥିଲେ । ଫଟୋ ସେୟାର କରି ଚହଲ ସେଥିରେ କ୍ୟାପସନ ଲେଖିଛନ୍ତି, ‘ଷ୍ଟମ୍ପ ପଛରୁ ‘ତିଲ୍ଲି’ ଡାକକୁ ବହୁତ ମିସ କରୁଛି । (Miss being called tilli from behind the stumps by the legend..!!)’
-
Miss being called tilli from behind the stumps by the legend..!! 🤝🇮🇳 pic.twitter.com/iWGz6E11Pw
— Yuzvendra Chahal (@yuzi_chahal) May 3, 2020 " class="align-text-top noRightClick twitterSection" data="
">Miss being called tilli from behind the stumps by the legend..!! 🤝🇮🇳 pic.twitter.com/iWGz6E11Pw
— Yuzvendra Chahal (@yuzi_chahal) May 3, 2020Miss being called tilli from behind the stumps by the legend..!! 🤝🇮🇳 pic.twitter.com/iWGz6E11Pw
— Yuzvendra Chahal (@yuzi_chahal) May 3, 2020
ମ୍ୟାଚ ଖେଳିବା ବେଳେ ଧୋନି ୱିକେଟ କିପିଙ୍ଗ ସମୟରେ ସବୁ ଖେଳାଳିଙ୍କୁ ବିଭିନ୍ନ ନାଁରେ ଡାକନ୍ତି । ଜାଡେଜାଙ୍କୁ ‘ଜଡ୍ଡୁ’, କୋହିଲିଙ୍କୁ ‘ଚିକୁ’ ଇତ୍ୟାଦି । ସେହିପରି ଚହଲଙ୍କୁ ମଧ୍ୟ ଧୋନି ‘ତିଲ୍ଲି’ ବୋଲି ଡାକନ୍ତି ।
କରୋନା ମହାମାରୀ ସମଗ୍ର ବିଶ୍ବରେ କ୍ରୀଡା ଉପରେ ଏକ ବଡ଼ ଧରଣର ପ୍ରଭାବ ପକାଇଛି । ସମସ୍ତ ସ୍ପୋର୍ଟ୍ସ ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି ।
ସ୍ବଭାବିକ ପରିସ୍ଥିତି ଥିଲେ ଉଭୟ ଚହଲ ଏବଂ ଧୋନି ସେମାନଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲର 13ତମ ସଂସ୍କରଣରେ ଖେଳୁଥାନ୍ତେ । କିନ୍ତୁ ଦେଶରେ କୋଭିଡ-19 ସଙ୍କଟ ମଧ୍ୟ ଆଇପିଏଲକୁ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥିଗିତ କରିଦେଇଛି । ଯେଉଁଥିରେ କି ଧୋନି ପଡ଼ିଆକୁ ଫେରିବା ପାଇଁ ଯୋଜନା କରିଥିଲେ ।