ମୁମ୍ବାଇ: ଏକଦିବସୀୟ କ୍ରିକେଟରେ ପ୍ରଥମ ଦ୍ବିଶତକ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ତେନ୍ଦୁଲକର । ତାପରେ 2011ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 219 ରନ କରି ସେହୱାଗ ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ଦିନିକିଆରେ ଦ୍ବିଶତକ କରିବା ଏକ ବଡ କାମ ବୋଲି ଧରାଯାଉଥିଲା । କିନ୍ତୁ ଭାରତୀୟ ଓପନର ରୋହିତ ଶର୍ମା ଯେଉଁଭଳି ଭାବରେ ଦିନିକିଆରେ ଦ୍ବିଶତକ ହାସଲ କଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ରୋହିତ ନିଜର ପ୍ରଥମ ଦ୍ବିଶତକ ବେଙ୍ଗାଲୁରୁ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ତାପରେ ସେ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ହାସଲ କରିଥିଲେ । ଦିନିକିଆ କ୍ରିକେଟରେ ଗୋଟିଏ ମ୍ୟାଚରେ ସର୍ବାଧିକ ସ୍କୋର କରିଥିବାର ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ରହିଛି । 264ରନର ଏହି ବିଶାଳ ସ୍କୋର ସେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ । ତେବେ ସୋମବାର ରୋହିତ କହିଛନ୍ତି ଯେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ତାଙ୍କୁ ସେହୱାଗଙ୍କ ରେକର୍ଡ ଭାଙ୍ଗିବାକୁ କହିଥିଲେ ଯାହାକି 2013 ପର୍ଯ୍ୟନ୍ତ ଦିନିକିଆର ସର୍ବାଧିକ ସ୍କୋର ଥିଲା ।
2013ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ 209 ରନ କରି ଭାରତକୁ ସିରିଜ ବିଜୟରେ ସହାୟକ ହୋଇଥିଲେ । 2011ରେ ସେହୱାଗ ଇନ୍ଦୌର ଠାରେ 2019 ରନ ସ୍କୋର କରିଥିଲେ ଯାହା କି ସର୍ବାଧିକ ନିଜସ୍ବ ସ୍କୋର ଥିଲା ।
ସ୍ପିନର ଅଶ୍ବିନଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ ଯେତେବଳେ ତାଙ୍କୁ ତାଙ୍କ ପ୍ରଥମ ଦ୍ବିଶତକ ବିଶୟରେ ଅଶ୍ବିନ ପଚାରିଥିଲେ ।
ରୋହିତ କହିଥିଲେ ଯେ, ‘‘ମୁଁ ଯେତେବେଳେ ଦ୍ବିଶତକ କରି ଫେରିଥିଲି ମତେ କେହି ଜଣେ କହୁଥିଲେ ଆଉ ଗୋଟିଏ ଓଭର ଖେଳିଥିଲେ ତୁମେ ସେହୱାଗଙ୍କ ରେକର୍ଡ ଭାଙ୍ଗି ଦେଇଥାନ୍ତ ।’’
‘‘ଡ୍ରେସିଙ୍ଗ ରୁମରେ ମତେ ନେଇ ସମସ୍ତେ ବଡ ଆଶା କରିଥିଲେ । 3-4 ଜଣ ଥିଲେ ଯିଏ ଚାହୁଁଥିଲେ ଯେ ମୁଁ ଆଉ 10 କି 15 ରନ କରିଥାନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯୁବରାଜ ସିଂହ ଆଉ ବୋଧହୁଏ ଶିଖର ଧୱନ,’’ ବୋଲି ମଜାକିଆ ଢଙ୍ଗରେ ମନେ ପକାଇଥିଲେ ରୋହିତ ।
2013 ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ରୋହିତ ଖୁବ ମନ୍ଥର ଗତିରେ ଖେଳୁଥିଲେ ଏବଂ ଇନିଂସକୁ ମଜବୁତ କରିବାକୁ ସମୟ ନେଇଥିଲେ।
ତାପରେ ସେ ସୁଯୋଗର ଲାଭ ଉଠାଇ ସ୍ପିନର ମାନଙ୍କୁ ଖେଳିବା ଆରମ୍ଭ କଲେ ଓ ଅଳ୍ପ କିଛି ସମୟରେ ସେ ଶତକ ହାସଲ କରି ନେଲେ । ଶତକ ପରେ ରୋହିତଙ୍କ ବ୍ୟାଟ ଆଉ ଅଟକି ନଥିଲା ଆଉ ସେ ମାତ୍ର 158 ବଲରେ 209 ରନ ସ୍କୋର କରି ନିଜର ପ୍ରଥମ ଦ୍ବିଶତ ହାସଲ କରିଥିଲେ ।
ତାଙ୍କର ଏହି ଇନିଂସ ବଳରେ ଭାରତର ସ୍କୋର ହୋଇଥିଲା 383 ରନ । ଯାହା ଫଳରେ ଭାରତ ମ୍ୟାଚକୁ 57 ରନରେ ଜିତି ନେଇଥିଲା ।
ବର୍ତ୍ତମାନ ଏକଦିବସୀୟ ଦଳର ଉପ-ଅଧିନାୟକ ଥିବା ରୋହିତ ଏପର୍ଯ୍ୟନ୍ତ 224ଟି ଦିନିକିଆ, 108 ଟି-20 ଏବଂ 32ଟି ଟେଷ୍ଟ ଖେଳିଛନ୍ତି । ସୀମିତ ଓଭର ଉପ-ଅଧିନାୟକ ସମସ୍ତ ଫର୍ମାଟରେ 14,029 ରନ ସ୍କୋର କରିଛନ୍ତି ।
@ANI