ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ନିଜର ଜାତିଆଣ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିନଥିଲେ ବୋଲି କହିଛନ୍ତି ।
- — yuvraj singh (@YUVSTRONG12) June 5, 2020 " class="align-text-top noRightClick twitterSection" data="
— yuvraj singh (@YUVSTRONG12) June 5, 2020
">— yuvraj singh (@YUVSTRONG12) June 5, 2020
ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଉଦ୍ଦେଶ୍ୟରେ ଜାତିଆଣ ମନ୍ତବ୍ୟ ଦେଇଥିଲେ ଯୁବରାଜ । ରୋହିତ ଶର୍ମାଙ୍କ ସହ ଅନଲାଇନ ଭିଡିଓ ସେସନରେ ଦଳିତ ସମୂଦାୟଙ୍କ ପ୍ରତି ଆକ୍ଷେପ ଭଳି କିଛି ଶବ୍ଦର ବ୍ୟବହାର ରରିଥିଲେ ଯୁବରାଜ ।
ଏହାପରେ ଯୁବରାଜଙ୍କ ନାମରେ ରଜତ କଲସନ ନାମକ ଜଣେ ଓକିଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦଳିତ ସମୁଦାୟ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଯୋଗୁଁ ଗିରଫ ପାଇଁ ଦାବି ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଦେଶବ୍ୟାପୀ ଅନେକ କ୍ରିକେଟ ଫ୍ୟାନ୍ସ ଯୁବରାଜଙ୍କୁ ସମାଲୋଚନା କରିଥିଲେ ।