ETV Bharat / sports

ଧୋନି, ତୁମ ବିଜୟ ମତେ ସୁସ୍ଥ ରଖେ: ବଲବୀର ସିଂ ସିନିୟର

ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସେ କହିଯାଇଥିବା କଥା ଆଜି ପ୍ରତି ଭାରତୀୟ କ୍ରିକେଟରଙ୍କ କର୍ଣ୍ଣରେ ଗୁଞ୍ଜରିତ ହୁଏ । ଅଧିକ ପଢନ୍ତୁ...

your-victory-contributes-to-my-good-health-when-balbir-singh-sr-to-ms-dhoni
ଧୋନି; ତୁମ ବିଜୟ ମତେ ସୁସ୍ଥ ରଖେ: ବଲବୀର ସିଂ ସିନିୟର
author img

By

Published : May 27, 2020, 8:32 PM IST

Updated : May 27, 2020, 9:23 PM IST

ଚଣ୍ଡୀଗଡ: ସେ ଥିଲେ ଭାରତୀୟ ହକିର 2ୟ କିମ୍ବଦନ୍ତୀ । ମେଜର ଧ୍ୟାନଚାନ୍ଦଙ୍କ ପରେ ତାଙ୍କୁ ହିଁ ହକିର ଯାଦୁଗର ଭାବେ ଗଣାଯାଉଥିଲା । ତିନି ତିନୋଟି ଅଲମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା ଏହି ମହାନ ଭାରତୀୟ ହକି ଖେଳାଳି ଆଉ ଆମ ଗହଣରେ ନାହାନ୍ତି । 96 ବୟସରେ ତାଙ୍କର ପରଲୋକ ଘଟିଛି । ହେଲେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସେ କହିଯାଇଥିବା କଥା ଆଜି ପ୍ରତି ଭାରତୀୟ କ୍ରିକେଟରଙ୍କ କର୍ଣ୍ଣରେ ଗୁଞ୍ଜରିତ ହୁଏ ।

your-victory-contributes-to-my-good-health-when-balbir-singh-sr-to-ms-dhoni
ଧୋନି; ତୁମ ବିଜୟ ମତେ ସୁସ୍ଥ ରଖେ: ବଲବୀର ସିଂ ସିନିୟର

ଭାରତରେ ଲୋକପ୍ରିୟ ଖେଳ କ୍ରିକେଟ ପ୍ରତି କେବେ ଆକର୍ଷିତ ହୋଇନଥିବା ବଲବୀର ସିଂହ ସିନିୟର କିନ୍ତୁ ଥରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ କହିଥିଲେ, ଭାରତର ପ୍ରତି ବିଜୟ ମୋତେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାହାଯ୍ୟ କରେ । 4 ବର୍ଷ ତଳର ଘଟଣା । ସେ ଦିନ ଥିଲା ଭାରତ-ଅଷ୍ଟ୍ରେଲିଆ ଟି-20 ବିଶ୍ବକପ ମ୍ୟାଚ । ପଞ୍ଜାବର ମୋହାଲି ଗ୍ରାଉଣ୍ଡରେ ଆୟୋଜିତ ଏହି ମ୍ୟାଚକୁ ଦେଖିବାକୁ ଆସିଥିଲେ ବଲବୀର । ତେବେ ମ୍ୟାଚ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବେ ବୋଲି ଇଚ୍ଛା ପ୍ରକଟ କଲେ ।

ପରେ ତାଙ୍କୁ ଭାରତୀୟ ଦଳ ସହ ଭେଟ କରାଗଲା । ସେଠାରେ ଧୋନି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଥିଲେ । ତେବେ ସ୍ମିତ ହାସ୍ୟ ଦେଇ ସିନିୟର ବଲବୀର ଯାହା ଉତ୍ତର ରଖିଥିଲେ ତାହା ସେଦିନ ସମସ୍ତ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲା । ସେ କହିଥିଲେ, ‘‘ଧୋନି, ଭାରତର ପ୍ରତି ବିଜୟ ମୋତେ ଉତ୍ତମ ସ୍ବାସ୍ଥ ପାଇଁ ସାହାଯ୍ୟ କରେ । ମୁଁ ଚାହୁଁଛି ଭାରତ 3ୟ ଥର ପାଇଁ ବିଶ୍ବକପ ବିଜୟୀ ହେଉ । ଯାହା ମୋତେ ଆହୁରି ଦୀର୍ଘାୟୁ କରିଦେବ ।’’ ସେତେବେଳେ ବଲବୀରଙ୍କୁ 92 ବର୍ଷ ବୟସ ହୋଇଥିଲା ।

ଉଲ୍ଲେଖଥାଉ କି, ଉକ୍ତ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏକ ରୋମାଞ୍ଚର ବିଜୟ ସହ ଟି-20 ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଥିଲା । ପରେ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍‌ଠୁ ହାରି ବିଶ୍ବକପ ଫାଇନାଲ ଖେଳିବାରୁ ବଞ୍ଜିତ ହୋଇଥିଲା ।

Last Updated : May 27, 2020, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.