ଲାହୋର: ନବନିଯୁକ୍ତ ବ୍ୟାଟିଂ କୋଚ ତଥା ପୂର୍ବତନ କ୍ୟାପଟେନ ୟୁନିସ ଖାନଙ୍କୁ ପାକିସ୍ତାନ ଟେଷ୍ଟ କ୍ୟାପଟେନ ଆଝାର ଅଲ୍ଲୀଙ୍କ ପ୍ରଶଂସା । ପାକିସ୍ତାନର ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ୟୁନିସ ଖାନ ବ୍ୟାଟିଂ କୋଚ ନିଯୁକ୍ତ ହୋଇଛନ୍ତି । ଇଂଲିସ ପରିବେଶରେ ଭେଟେରାନ ୟୁନିସ ଖାନଙ୍କର କ୍ରମାଗତ ପ୍ରଭାବି ପ୍ରଦର୍ଶନ ରହିଥିଲା ବୋଲି ଆଝାର ଅଲ୍ଲୀ କହିଛନ୍ତି ।

ଏକାଧିକ ଟେଷ୍ଟ ମ୍ୟାଚରେ ୟୁନିସଙ୍କ ସହ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ଆଝାର ଅଲ୍ଲୀ । ଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଇଂଲଣ୍ଡ ମାଟିରେ ସଫଳ ପ୍ରଦର୍ଶନ ସହ ସ୍କୋର କରିବାରେ, ୟୁନିସ ଖାନ ଅନ୍ୟତମ ଅଣ ଇଂଲିସ ବ୍ୟାଟ୍ସମ୍ୟାନ ରହିଛନ୍ତି ।

ବଳିଷ୍ଠ ବ୍ୟାଟିଂ କୌଶଳ, ସକରାତ୍ମକ ମନୋବଳ ଓ ମ୍ୟାଚ ପରିସ୍ଥିତିକୁ ପରଖି ବ୍ୟାଟିଂ ଯୋଗୁଁ ବିପକ୍ଷ ଟିମ ଉପରେ ପ୍ରଭାବ ବିସ୍ତାର କରୁଥିଲେ ବୋଲି ୟୁନିସ ଖାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଝାର ଅଲ୍ଲୀ ।