ETV Bharat / sports

କର୍ଣ୍ଣାଟକ କ୍ୟାପଟେନ କୁମାରଙ୍କ ଅବସର, କୁମ୍ବଲେଙ୍କ ଶୁଭେଚ୍ଛା

author img

By

Published : Feb 26, 2021, 10:06 PM IST

ଦ୍ରୁତ ବୋଲର ବିନୟ କୁମାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିବା ପରେ, ପୂର୍ବତନ ଭାରତୀୟ କ୍ୟାପଟେନ ଅନିଲ କୁମ୍ବଲେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

କର୍ଣ୍ଣାଟକ କ୍ୟାପଟେନ କୁମାରଙ୍କ ଅବସର, କୁମ୍ବଲେଙ୍କ ଶୁଭେଚ୍ଛା
YOU CAN LOOK BACK ON YOUR CAREER WITH PRIDE KUMBLE TO VINAY KUMAR

ବେଙ୍ଗାଲୁରୁ: ଦ୍ରୁତ ବୋଲର ବିନୟ କୁମାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିବା ପରେ, ପୂର୍ବତନ ଭାରତୀୟ କ୍ୟାପଟେନ ଅନିଲ କୁମ୍ବଲେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କ୍ୟାରିୟରକୁ ନେଇ ଗର୍ବ ଅନୁଭବ କରିବେ ବୋଲି କହିଛନ୍ତି ।

"କୁମାରଙ୍କ ଉଦ୍ଦେଶ୍ୟରେ କୁମ୍ବଲେ ଟ୍ବିଟରେ ଲେଖିଛନ୍ତି, ଧନ୍ୟବାଦ ବିନୟ, କର୍ଣ୍ଣାଟକ କ୍ରିକେଟକୁ ତୁମର ଅବଦାନ ଉଲ୍ଲେଖନୀୟ । ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।"

ଟିମ ଇଣ୍ଡିଆ ପାଇଁ ବିନୟ କୁମାର ସମସ୍ତ ତିନୋଟି ଫର୍ମାଟରେ ଖେଳିଛନ୍ତି । ଗୋଟିଏ ଟେଷ୍ଟ, 31ଟି ଏକଦିବସୀୟ ଓ 9ଟି ଅନ୍ତର୍ଜାତୀୟ ଟି20 ଖେଳିବା ସହ ସମସ୍ତ ଫର୍ମାଟରୁ 49ଟି ୱିକେଟ ଅକ୍ତିଆର କରିଛନ୍ତି ।

ଅନ୍ତର୍ଜାତୀୟ କ୍ୟାରିୟରରେ ଦିନିକିଆ ଫର୍ମାଟରେ ବର୍ଷ 2011ରେ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀରେ 4/30 ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ।

ଆଇପିଏଲରରେ କୋଲକାତା ନାଇଟ ରାଇଡର୍ସ, କୋଚି ଟସ୍କର୍ସ କେରଳ ପକ୍ଷରୁ ଖେଳିଛନ୍ତି । 2013-14 ଓ 2014-15 ଲଗାତାର ଦୁଇଟି ରଣଜୀ ସିଜିନରେ ଟାଇଟେଲ ବିଜେତା ରହିଛନ୍ତି । ନଭେମ୍ବର 2018ରେ ସେ ରଣଜୀ ଟ୍ରଫିରେ 100ତମ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.