ETV Bharat / sports

ଜାଣନ୍ତୁ ବିଦାୟୀ ବର୍ଷର ବିବାଦୀୟ କ୍ରୀଡା ଘଟଣା - 2019 କ୍ୟାଲେଣ୍ଡର ବର୍ଷ ଶେଷ

2019 କ୍ୟାଲେଣ୍ଡର ବର୍ଷ ଶେଷ ବିଦାୟ ନେବାକୁ ଆଉ ମାତ୍ର ଅଳ୍ପଦିନ। ନଜର ପକାନ୍ତୁ ଭାରତୀୟ କ୍ରୀଡା ଜଗତରେ ଘଟିଥିବା କିଛି ବିବାଦୀୟ ଘଟଣାବଳୀ ଉପରେ...

big Sports Controversies of the year
ବିବାଦୀୟ କ୍ରୀଡା ଘଟଣା
author img

By

Published : Dec 24, 2019, 10:34 PM IST

ନୂଆଦିଲ୍ଲୀ: 2019 କ୍ୟାଲେଣ୍ଡର ବର୍ଷ ଶେଷ ବିଦାୟ ନେବାକୁ ଆଉ ମାତ୍ର ଅଳ୍ପଦିନ। ଏହି ବର୍ଷରେ କ୍ରୀଡାକ୍ଷେତ୍ରରେ ଅନେକ ସ୍ବର୍ଣ୍ଣିମ ସଫଳତା, ବିଜୟ, ଏକାଧିକ ବିରଳ ରେକର୍ଡ ସ୍ଥାପନ ହୋଇଛି। ଅନେକ ବିବାଦୀୟ ଘଟଣାବଳୀ ମଧ୍ୟ ରହିଛି, ଯାହାକି ଗଣମାଧ୍ୟମ ଠାରୁ ନେଇ ସାଧରଣ ଜନତାଙ୍କ ମଧ୍ୟରେ ବେଶ ଆଲୋଡନ ସୃଷ୍ଟି କରିଥିଲା।

ନଜର ପକାନ୍ତୁ ସେମିତି କିଛି ଘଟଣାବଳୀ ଉପରେ...

ଘରୋଇ ଟିଭି ସୋରେ ହାର୍ଦ୍ଦିକ ପାଣ୍ଡ୍ୟା-ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ
ବର୍ଷ ଆରମ୍ଭରେ ଟିମ ଇଣ୍ଡିଆର କ୍ରିକେଟର ଲୋକେଶ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋର ଧରିଥିଲା ଚର୍ଚ୍ଚା।ମହିଳାଙ୍କ ପ୍ରତି କିଛି ଆପତ୍ତିଜନକ ଟିପ୍ପଣୀ କରି ଅଡୁଆରେ ପଡିଥିଲ ଏହି ଦୁଇ କ୍ରିକେଟର। ଦେଶ ତମାମ ସମାଲୋଚନାର ସୁଅ ଛୁଟିଥିଲା। ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ତୁମ୍ବିତୋଫାନ ହୋଇଥିଲା । ତେବେ ଘଟଣାଟି ଘଟିଥିଲା ବଲିଉଡର ଖ୍ୟାତନାମା ପ୍ରଜୋଜକ କରନ ଜୋହରଙ୍କ ଏକ ଟିଭି ସୋ 'କଫି ୱିଥ କରନ' ରେ । ଏକାଧିକ ମହିଳାଙ୍କ ସାଙ୍ଗେ ସମ୍ପର୍କ ଥିବା କହିଥିଲେ ହାର୍ଦ୍ଦିକ । ମଜାଳିଆ ଅନ୍ଦାଜରେ କହିଥିବା କଥା ପରେ ବିବାଦର ରୂପ ନେବାପରେ, ଟ୍ବିଟରରେ କ୍ଷମା ମାଗିଥିଲେ ହାର୍ଦ୍ଦିକ । ମାତ୍ର ଏଥିରେ ବିସିସିଆଇ କ୍ଷୁବ୍ଧ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଦଳରୁ ବାଦ ଦେଇ ଦଣ୍ଡିତ କରିଥିଲା । ଏହାପରେ କିଛିଦିନ ହାର୍ଦ୍ଦିକ କାହାରିକୁ ମୁହଁ ଦେଖାଇନଥିଲେ କି ବାହାରକୁ ବାହାରିନଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।

ଫେବ୍ରୁୟାରୀ 2019 ଦିଲ୍ଲୀରେ ହୋଇଥିବା ISSF ବିଶ୍ବକପରେ ପାକିସ୍ତାନ ଖେଳାଳିଙ୍କୁ ମନା
ପୂର୍ବ ନିର୍ଦ୍ଧାରିତ ଦିନ ଅନୁଯାୟୀ ଆୟୋଜିତ ହୋଇଥିଲା ISSF ବିଶ୍ବକପ। ଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ 40ରୁ ଅଧିକ ଭାରତୀୟ ଯବାନ ଶହୀଦ ହୋଇଥିଲେ। 2 ପାକିସ୍ତାନ ସୁଟର ଏହି ବିଶ୍ବକପରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଭିସା ମିଳିନଥିଲା । ଏଥିସହିତ ବିଶ୍ବକପରୁ 25 ମିଟର ରାପିଡ ଫାୟାର ଇଭେଣ୍ଟକୁ ହଟାଇ ଦିଆଯାଇଥିଲା ।

big Sports Controversies of the year
ISSF ବିଶ୍ବକପ

ମାର୍ଚ୍ଚ 2019 ଆଇପିଏଲ ସଂସ୍କରଣରେ ଅଶ୍ବିନଙ୍କ ବିବାଦୀୟ ମାଙ୍କଡିଂ ଆଉଟ
କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିଲା । ଅଫ ସ୍ପିନର ଅଶ୍ବିନ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜସ ବଟସରଙ୍କୁ ବିବାଦୀୟ ଭାବେ ଆଉଟ କରିଦେଇଥିଲେ । ବୋଲିଂ କରିବା ସମୟରେ ବଟଲର କ୍ରିଜରୁ ବାହାରେ ଥିବା ଦେଖି ସିଧା ବେଲ ଉଡାଇଦେଇଥିଲେ ଅଶ୍ବିନ । ଅମ୍ପାୟର ଏହାକୁ ରନଆଉଟ ନିଷ୍ପତ୍ତି କରିଥିଲେ। ମାତ୍ର ଅଶ୍ବିନଙ୍କ ସଙ୍କୀର୍ଣ୍ଣ ମନୋଭାବକୁ ନେଇ ବେଶ ସମାଲୋଚନା କରାଯାଇଥିଲା। ବର୍ଷ 1947ରେ ଭାରତର ଭିନୋ ମଙ୍କଡ ଅଷ୍ଟ୍ରେଲିର ବିଲ ବ୍ରାଉନଙ୍କୁ ଏହି ଢଙ୍ଗରେ ରନ ଆଉଟ କରିଥିଲେ । ସେବେଠାରୁ ଏହି ପ୍ରକାର ଆଉଟକୁ ମାଙ୍କେଡିଂ କୁହାଯାଉଛି।

big Sports Controversies of the year
ଅଶ୍ବିନଙ୍କ ମାଙ୍କଡିଂ ଆଉଟ

ଜୁନ 2019- 2020 ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ନିଷ୍ପତ୍ତିକୁ ଭାରତର ବିରୋଧ
ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦେବା ପରେ ଭାରତ କ୍ଷୁବ୍ଧ ହୋଇଥିଲା। ଏମତିକି ରାଜ୍ୟ ଗୋଷ୍ଠୀ କ୍ରୀଡାକୁ ଭାରତ ବର୍ଜନ କରିବ ବୋଲି ମଧ୍ୟ ଧମକ ଦେଇଥିଲା। ସୁଟିଂରେ ବିଶ୍ବରେ ଭାରତର ପ୍ରଦର୍ଶନ ଶ୍ରେଷ୍ଠ। ସେଥିପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରୁ ସୁଟିଂକୁ ବାଦ ଦିଆଯାଇଥିବା ଭାରତୀୟ ଅଲମ୍ପିକ ଆସୋସିଏସନ ଅଭିଯୋଗ କରିଥିଲା।

big Sports Controversies of the year
ISSF ବିଶ୍ବକପ

ଅଗଷ୍ଟ 2019-ମେରୀ କମଙ୍କୁ ନିଖାତ ଜାରୀନଙ୍କ ଚ୍ୟାଲେଞ୍ଜ
ପୂର୍ବତନ ଜୁନିୟର ବିଶ୍ବ ବକ୍ସିଂ ଚମ୍ପିଆନ ନିଖାତ ଜରୀନ ଭେଟେରାନ ବକ୍ସର ମେରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମେରୀକମଙ୍କ ସହ ଲଢିବାକୁ ସେ ଚାହୁଁଥିବା ଅପିଲ କରିଥିଲେ । 6ଥର ବିଶ୍ବ ଚମ୍ପିଆନ ମେରୀକମ ୱାର୍ଲ୍ଡ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ବିଜୟୀ ହେବା ସହ ବିଶ୍ବ ସ୍ତରରେ 8ମ ମେଡାଲ ହାସଲ କରିଥିଲେ। ନିଖାତ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆକୁ ଲିଖିତ ଅଭିଯୋଗ କରି ଚୟନ ପ୍ରକିୟାରେ ଅନିୟମତା ହେଉଥିବା ଅଭିଯୋଗ କରିଥିଲେ ।

big Sports Controversies of the year
ମେରୀ କମଙ୍କୁ ନିଖାତ ଜାରୀନଙ୍କ ଚ୍ୟାଲେଞ୍ଜ

ଅଗଷ୍ଟ 2019: ବିଶ୍ବ ତୀରନ୍ଦାଜ ଦ୍ବାରା ଭାରତୀୟ ତୀରନ୍ଦାଜ ଆସୋସିଏସନ ନିଲମ୍ବିତ

ୱାର୍ଲଡ ଆର୍ଚେରୀ(WA) ଅଗଷ୍ଟ 2019ରେ ଭାରତୀୟ ତୀରନ୍ଦାଜ ଆସୋସିଏସନକୁ ନିଲମ୍ବିତ କରିଥିଲା । ଆଇଓସି ପତାକା ସହ ଭାରତୀୟ ଖେଳାଳି ଖେଳିବାକୁ ଆସୋସିଏସନକୁ କୁହାଯାଇଥିଲା । ମାତ୍ର ଭାରତୀୟ ତୀରନ୍ଦାଜ ଆସୋସିଏସନ(AAI) ଭାରତୀୟ ଜାତୀୟ ପତାକା ବ୍ୟବହାର ପରେ ନିଲମ୍ବନ ଆଦେଶ ଶୁଣାଇଥିଲା ୱାର୍ଲଡ ଆର୍ଚେରୀ।

big Sports Controversies of the year
ଭାରତୀୟ ତୀରନ୍ଦାଜ ଆସୋସିଏସନ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.