ETV Bharat / sports

ବିଦାୟୀ ବର୍ଷରେ ବିବାହ: ଜାଣନ୍ତୁ କେଉଁ କ୍ରୀଡାବିତଙ୍କୁ ମିଳିଲା ଜୀବନସାଥୀ

author img

By

Published : Dec 31, 2020, 8:03 PM IST

ନଜର ପକାନ୍ତୁ ଏହି ବିଦାୟୀ ବର୍ଷରେ କେଉଁ ଖେଳାଳିଙ୍କୁ ମିଳିଲା ନିଜର ଜୀବନସାଥୀ । ଅଧିକ ପଢନ୍ତୁ...

year ender 2020 sport personalities got married or engaged in 2020
ବିଦାୟୀ ବର୍ଷରେ ବିବାହ: କେଉଁ କ୍ରୀଡାବିତଙ୍କୁ ମିଳିଲା ଜୀବନସାଥୀ

ହାଇଦ୍ରାବାଦ: ଅନ୍ୟ ବର୍ଷ ଭଳି ସାଧାରଣ ନଥିଲା ବର୍ଷ 2020 । କୋରୋନା ଭାଇରସର କାୟା ବର୍ଷ ତମାମ ଲାଗି ରହିବା ସହ ବଦଳାଇ ଦେଇଥିଲା ଜୀବନ ଓ ଜୀବିକାର ରୂପରେଖ । ଛୋଟରୁ ବଡ ପର୍ଯ୍ୟନ୍ତ ସବୁକିଛି କୋରୋନା ଭାଇରସ କାରଣରୁ ପ୍ରଭାବିତ ହୋଇଥିଲା । ଏପରିକି ବିଦାୟ ନେବାକୁ ଯାଉଥିବା ବର୍ଷରେ ବିବାହ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଅନେକ ଖେଳାଳି ନିଜର ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ, ଅନେକ ହାତଗଣତି ଅତିଥିଙ୍କ ମଧ୍ୟରେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି ।

ନଜର ପକାନ୍ତୁ ଏହି ବର୍ଷ କେଉଁ ଖେଳାଳିଙ୍କୁ ମିଳିଛି ନିଜର ଜୀବନ ସାଥୀ , ଏହି ଖେଳାଳିଙ୍କ ମଧ୍ୟରୁ ବିବାହ ବନ୍ଧନରେ ଆବଦ୍ଧ/ନିର୍ବନ୍ଧ ହୋଇଥିବା ଖେଳାଳି-

କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗଟ ଓ ବଜରଙ୍ଗ ପୁନିଆ 25 ନଭେମ୍ବରରେ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ।

କ୍ରିକେଟର ବିଜୟ ଶଙ୍କର ନିଜର ବାନ୍ଧବୀ ବୈଶାଳୀ ବିଶ୍ବସ୍ବରମଙ୍କ ସହ ଅଗଷ୍ଟ 21 ତାରିଖରେ ନିର୍ବନ୍ଧ କରିଛନ୍ତି ।

ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ଦୀର୍ଘ ଦିନର ପ୍ରେମକୁ ଡିସେମ୍ବର 22ରେ ବିବାହର ନାମ ଦେଇଛନ୍ତି ।

ଇଣ୍ଡିଜ ଓ କିଙ୍ଗ୍ସ ଏକାଦଶ ପଞ୍ଜାବର ଷ୍ଟାର ବ୍ୟାଟ୍ସମ୍ୟାନ ନିକୋଲାସ ପୁରୋନ ନିଜର ଗାର୍ଲଫ୍ରେଣ୍ଡ କେଥରିନା ମିଗୁଏଲଙ୍କ ସହ 17 ନଭେମ୍ବରକୁ ନିର୍ବନ୍ଧ କରିଛନ୍ତି ।

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେଙ୍କୋବିକ 31 ମଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଓ କିଙ୍ଗ୍ସ ଏକାଦଶ ଷ୍ଟାର ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ନିଜର ଭାରତୀୟ ଗାର୍ଲଫ୍ରେଣ୍ଡ ବିନି ରମଣଙ୍କ ସହ ମାର୍ଚ୍ଚ 14 ତାରିଖରେ ନିର୍ବନ୍ଧ କରିଛନ୍ତି ।

ପୂର୍ବତନ ସର୍ଟଲର ଜ୍ବାଲା ଗୁଟ୍ଟା ଦକ୍ଷିଣ ସିନେମା ଜଗତର ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ସେପ୍ଟେମ୍ବର 17ରେ ନିର୍ବନ୍ଧ କରିଛନ୍ତି ।

ବାଂଲାଦେଶ କ୍ରିକେଟର ସୌମ୍ୟ ସରକାର ପ୍ରିୟଙ୍କା ଦେବନାଥ ପୂଜାଙ୍କ ସହ 26 ଫେବୃଆରୀରେ ବିବାହ କରିଛନ୍ତି ।

ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିତା ଇସଲାମ, କ୍ରିକେଟର ମିମ ମୋସଦେକଙ୍କୁ ବିବାହ କରିଛନ୍ତି ।

ପାକିସ୍ତାନୀ ମହିଳା କ୍ରିକେଟର କାୟନାତ ଇମିତିୟାଜ ବିଜନେସମୈନ ଅର୍ଷମାନ ଅଲ୍ଲୀଙ୍କ ସହ ଜୁଲାଇ 17ରେ ନିର୍ବନ୍ଧ କରିଛନ୍ତି ।

ଆର୍ଚର ଦୀପିକା କୁମାରୀ ଓ ଅତାନୁ ଦାସ ଜୁନ 30ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଅଷ୍ଟ୍ରେଲୀୟ ଷ୍ଟାର ଦ୍ରୁତ ବୋଲର ପାଟ କମିନ୍ସ ନିଜର ବାନ୍ଧବୀ ବେକି ବୋଷ୍ଟନଙ୍କ ସହ ଫେବୃଆରୀ 5ରେ ନିର୍ବନ୍ଧ କରିଛନ୍ତି ।

କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜର ବାନ୍ଧବୀ ପୂଜା ଖଡେକରଙ୍କ ସହ 11 ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ନିଜର ମାଲେସିୟା ବାନ୍ଧବୀ ଏଲି ସିଦ୍ଦିକିଙ୍କୁ 16 ଡିସେମ୍ବରରେ ବିବାହ କରିଛନ୍ତି ।

ପୂର୍ବତନ ଟେନିସ ଷ୍ଟାର ମାରିଆ ସାରାପୋବା ନିଜର ପୁରୁଷବନ୍ଧୁ ଆଲେକଜାଣ୍ଡର ଗ୍ଳିବ୍ସଙ୍କ ସହ ଡିସେମ୍ବର 17ରେ ନିର୍ବନ୍ଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.