ETV Bharat / sports

ପିଙ୍କ୍‌ ବଲ ଟେଷ୍ଟ: ଧୋନିଙ୍କ କ୍ଲବରେ ସାହା ସାମିଲ - Wriddhiman Saha becomes fifth Indian wicket-keeper

ପଞ୍ଚମ ଭାରୀତୟ ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ 100ତମ ଶିକାର କରିଛନ୍ତି ଯୁବ ୱିକେଟକିପର ରିଦ୍ଧିମାନ ସାହା ।

ପିଙ୍କ୍‌ ବଲ ଟେଷ୍ଟ
author img

By

Published : Nov 22, 2019, 10:52 PM IST

କୋଲକାତା: ପଞ୍ଚମ ଭାରୀତୟ ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ 100ତମ ଶିକାର କରିଛନ୍ତି ଯୁବ ୱିକେଟ କିପର ରିଦ୍ଧିମାନ ସାହା । ଏଠାରେ ଐତିହାସିକ ଡେ/ନାଇଟ ଟେଷ୍ଟର ପ୍ରଥମ ଦିନ ଖେଳରେ ଏହି ସଫଳତା ହାସଲ କରିଛନ୍ତି ସାହା । ଏହା ସହ ସେ ଧୋନିଙ୍କ ଇଲାଇଟ କ୍ଲବରେ ସାମିଲ ହୋଇଛନ୍ତି ।

35 ବର୍ଷୀୟ ସାହା ବାଂଲାଦେଶର ପ୍ରଥମ ଇନିଂସରେ ଦୁଇଟି କ୍ୟାଚ୍ ନେଇଛନ୍ତି । ଉମେଶ ଯାଦବଙ୍କ ବଲରେ ସାହା ବାଂଲାଦେଶର ଓପନିଂ ବ୍ୟାଟ୍ସମ୍ୟାନ୍ ଶାଦମାନ୍ ଇସଲାମ କ୍ୟାଚ୍ ନେଇ ସେ ସଫଳତା ପାଇଛନ୍ତି । ଏହା ପରେ ସେ ମହମଦୁଲ୍ଲାଙ୍କ କ୍ୟାଚ୍ ମଧ୍ୟ ନେଇଥିଲେ । ଟେଷ୍ଟ କ୍ରିକେଟରେ ସାହା ଏପର୍ଯ୍ୟନ୍ତ 101 ୱିକେଟ ପାଇଛନ୍ତି ।

ତେବେ ଏହି ମାମଲାରେ ଭାରତର ମହେନ୍ଦ୍ର ସିଂହ ଧୋନି ଆଗରେ ଅଛନ୍ତି । ଧୋନି ଟେଷ୍ଟରେ 294 ସଫଳତା ନେଇ ଆଗରେ ରହିଛନ୍ତି । ତାଙ୍କ ପରେ ସୟଦ କିରମାନୀ, କିରନ୍ ମୋରେ ଏବଂ ନୟମ ମୋଙ୍ଗିଆ 100ରୁ ଅଧିକ ସଫଳତା ହାସଲ କରିଛନ୍ତି ।

ଉଲ୍ଲେଖଥାଉ, ଐତିହାସିକ ଡେ/ନାଇଟ ଟେଷ୍ଟର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଥିବା ବେଳେ ଭାରତ ପ୍ରଥମ ଦିନ ଖେଳରେ 3 ୱିକେଟ ବ୍ୟୟରେ 174ରନ କରିପାରିଛି । କ୍ରିଜରେ ଆପରାଜିତ ଅଛନ୍ତି ଅଧିନାୟକ କୋହଲି(59) ଓ ଉପ ଅଧିନାୟକ(23) ରାହାଣେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.