ETV Bharat / sports

ପୂଜାରାଙ୍କୁ କେବେ ମୋ ଦିନିକିଆ ଟିମରୁ ବାଦ ଦେଇ ନଥାନ୍ତି: ଦୋଶୀ - ଚେତେଶ୍ବର ପୂଜାରା

ଭାରତୀୟ ପୂର୍ବତନ ମହାନ ସ୍ପିନର ଦିଲୀପ ଦୋଶୀ କହିଛନ୍ତି ଯେ ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଦିନିକିଆ ଟିମରେ ରହିବା ଯୋଗ୍ୟ । ଅଧିକ ପଢ଼ନ୍ତୁ...

Would never drop Pujara from my ODI team, Dilip Doshi, ପୂଜାରାଙ୍କୁ କେବେ ମୋ ଦିନିକିଆ ଟିମରୁ ବାଦ ଦେଇ ନଥାନ୍ତି, ଦିଲୀପ ଦୋଷୀ, ଚେତେଶ୍ବର ପୂଜାରା
ପୂଜାରାଙ୍କୁ କେବେ ମୋ ଦିନିକିଆ ଟିମରୁ ବାଦ ଦେଇ ନଥାନ୍ତି: ଦୋଶୀ
author img

By

Published : Jul 18, 2020, 2:26 AM IST

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଚେତେଶ୍ବର ପୂଜାରା ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ମାନ୍ୟତା ପାଇଛନ୍ତି କିନ୍ତୁ ଅନ୍ତର୍ଜାତୀୟ ସର୍କିଟରେ ତାଙ୍କର ସୀମିତ ଓଭର କ୍ୟାରିୟର ଏକ ଭିନ୍ନ କାହାଣୀ ରହିଛି। ସେ ଦୀର୍ଘତମ ଫର୍ମାଟରେ 77ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ 50 ପାଖାପାଖି ଆଭରେଜ ରହିଛି । କିନ୍ତୁ ସେ ମାତ୍ର ପାଞ୍ଚଟି ଦିନିକିଆ ଖେଳିଛନ୍ତି ଯେଉଁଥିରେ ସେ ଅଗଷ୍ଟ 2013 ରୁ ଜୁନ 2014 ମଧ୍ୟରେ 51 ରନ ସଂଗ୍ରହ କରିଛନ୍ତି।

ଭାରତୀୟ ମହାନ ସ୍ପିନର ଦିଲୀପ ଦୋଶୀ କିନ୍ତୁ ବିଶ୍ବାସ କରନ୍ତି ଯେ ପୂଜାରା ଦିନିକିଆ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ । ପ୍ଲେ ରାଇଟ୍ ଫାଉଣ୍ଡେସନ୍ ସହିତ କଥାବାର୍ତ୍ତା କରି ଦୋଶୀ କହିଛନ୍ତି, “ମୁଁ ମୋର ODI ଦଳରୁ ପୂଜାରା ଭଳି ଜଣେ ଖେଳାଳିଙ୍କୁ କେବେ ବି ବାଦ ଦେବି ନାହିଁ ।’’

‘‘ମୁଁ ତାଙ୍କୁ ଗୋଟିଏ ଏଣ୍ଡରେ ଠିଆ ହୋଇ 50 ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିବାକୁ କହିବି ଏବଂ ମୁଁ ଭାବୁଛି ସେ ଏହା କରିବାରେ ସକ୍ଷମ ଅଟନ୍ତି। ଯେତେବେଳେ ଲୋକମାନେ ଏକ ଉଚ୍ଚ ଶ୍ରେଣୀର ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରାଙ୍କୁ ବହୁତ ସ୍ଲୋ ବୋଲି କୁହନ୍ତି ମତେ ଏହା ଖୁବ କଷ୍ଟ ଦେଇଥାଏ।’’

ପୂଜାରା ଭାରତ ପାଇଁ ଟି-20 ମ୍ୟାଚ ମଧ୍ୟ ଖେଳି ନାହାଁନ୍ତି। କିନ୍ତୁ ତାଙ୍କ ଲିଷ୍ଟ ଏ କ୍ୟାରିଅରରେ ସେ 50 ଆଭରେଜ ସହ ସେ ଫେବୃଆରୀ 2019ରେ ସୌରାଷ୍ଟ୍ର ପାଇଁ ସୈୟଦ ମୁଶତାକ ଅଲି ଟ୍ରଫିରେ ତାଙ୍କର ପ୍ରଥମ ଟି-20 ଶତକ ହାସଲ କରିଛନ୍ତି ।

2018/19 ସିଜନରେ ଅଷ୍ଟ୍ରେଲିଆ ଡାଉନ୍ ଅଣ୍ଡର ଉପରେ ଐତିହାସିକ ସିରିଜ୍ ଜିତିବାରେ ଦଳ ପାଇଁ ସର୍ବାଧିକ ସ୍କୋର କରିବା ପରେ ପୂଜାରା ଭାରତ ପାଇଁ ଦୀର୍ଘତମ ଫର୍ମାଟରେ ନିୟମିତ ହୋଇ ପାରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.