ETV Bharat / sports

ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଧୋନି ଭାଇଙ୍କ ଅଧୀନରେ ଖେଳାବାକୁ ଚାହେଁ: ଶ୍ରୀସାନ୍ତ - ଧୋନି ଭାଇଙ୍କ ଅଧୀନରେ ଖେଳାବାକୁ ଚାହେଁ

ଆଇପିଏଲ ଖେଳିବାକୁ ଇଚ୍ଛୁକ ଶ୍ରୀସାନ୍ତ । କହିଲେ ଧୋନି ଭାଇଙ୍କ ଅଧୀନରେ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ଦଳରେ ଖେଳିବାକୁ ଚାହେଁ । ଅଧିକ ପଢ଼ନ୍ତୁ...

love to play under Dhoni bhai or RCB, Sreesanth, ଧୋନି ଭାଇଙ୍କ ଅଧୀନରେ ଖେଳାବାକୁ ଚାହେଁ, ଶ୍ରୀସାନ୍ତ
ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଧୋନି ଭାଇଙ୍କ ଅଧୀନରେ ଖେଳାବାକୁ ଚାହେଁ
author img

By

Published : Jul 3, 2020, 2:05 AM IST

କୋଚି: ଯଦି ତାଙ୍କ ଫିଟନେସ ପ୍ରମାଣ କରିପାରନ୍ତି ତେବେ ତାଙ୍କୁ ଏକ ସୁଯୋଗ ଦେବାକୁ କେରଳ ରଣଜୀ ଦଳ ନିଷ୍ପତ୍ତି ନେବା ପରେ ଦ୍ରୁତ ବୋଲର ଏସ ଶ୍ରୀସାନ୍ତ କହିଛନ୍ତି ଯେ ସେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)କୁ ଫେରିବାକୁ ଚାହୁଁଛନ୍ତି। ଏକ ସ୍ପଟ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କର ସମ୍ପୃକ୍ତି ଜଣା ପଡ଼ିବା ପରେ କେବଳ ଯେ ନଗଦ ସମୃଦ୍ଧ ଲିଗର 2013 ସଂସ୍କରଣ ବନ୍ଦ ହୋଇ ନଥିଲା ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିଲମ୍ବିତ ମଧ୍ୟ ହୋଇଥିଲେ ।

‘‘ନିଶ୍ଚିତ ମୁଁ ଆଇପିଏଲ 2021 ନିଲାମରେ ମୋର ନାମ ରଖିବି’’ ବୋଲି ଶ୍ରୀଶାନ୍ତ ଏକ ଇନଷ୍ଟାଗ୍ରାମ ଲାଇଭ ଅଧିବେଶନରେ କ୍ରିକ୍‌ଟ୍ରାକରକୁ କହିଛନ୍ତି।

‘‘ମୁଁ ଯେଣସି ଦଳ ପାଇଁ ଖେଳିବି। କିନ୍ତୁ କ୍ରିକେଟ ପ୍ରଶଂସକ ଭାବରେ ଏହା ମେନ ଇନ ବ୍ଲୁ ମୁମ୍ବାଇ ଇଣ୍ଡିଆନ୍ସ, କାରଣ ହେଉଛନ୍ତି ସଚିନ ପାଜି । କାରଣ ମୁଁ ସଚିନ ତେନ୍ଦୁଲକରଙ୍କୁ ଭେଟିବା ପାଇଁ କ୍ରିକେଟ ଖେଳିଥିଲି। ଯଦି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାର ସୁଯୋଗ ମିଳେ, ତେବେ କାହିଁକି ନୁହେଁ, ଡ୍ରେସିଂ ରୁମରୁ ସଚିନ ପାଜିଙ୍କଠାରୁ ଶିଖିବା ଏକ ବଡ଼ କଥା ହେବ,’’ ବୋଲି ଶ୍ରୀସାନ୍ତ କହିଛନ୍ତି।

ସେ କହିଛନ୍ତି ମୁଁ ଧୋନି ଭୋଇ କିମ୍ବା ଆରସିବି ଅଧୀନରେ ମଧ୍ୟ ଖେଳିବାକୁ ପସନ୍ଦ କରିବି।

2015ରେ, ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ଶ୍ରୀସାନ୍ତଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଥିଲେ।

2018 ରେ, କେରଳ ହାଇକୋର୍ଟ ବିସିସିଆଇ କ୍ରିକେଟରଙ୍କ ଉପରେ ଲଗାଯାଇଥିବା ଜୀବନ ନିଷେଧାଦେଶକୁ ଖଣ୍ଡନ କରିଥିଲେ ଏବଂ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ କାର୍ଯ୍ୟ ମଧ୍ୟ ବନ୍ଦ କରିଦେଇଥିଲେ। ତେବେ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ ଏହି ପ୍ରତିବନ୍ଧକକୁ ପୁନଃ ସ୍ଥାପିତ କରିଥିଲା ।

ଏହା ପରେ ଶ୍ରୀସନ୍ତ ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କୁ ଯାଇଥିଲେ । ଏହାପରେ ଗତ ବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦୋଷକୁ ସମର୍ଥନ କରିଥିଲେ କିନ୍ତୁ ବିସିସିଆଇକୁ ଦଣ୍ଡର ପରିମାଣ ହ୍ରାସ କରିବାକୁ କହିଥିଲେ। ପରେ କ୍ରିକେଟ୍ ବୋର୍ଡ ତାଙ୍କ ଜୀବନ ପ୍ରତିବନ୍ଧକକୁ ସାତ ବର୍ଷକୁ ହ୍ରାସ କରିଥିଲା ​​ଯାହା ଚଳିତ ବର୍ଷ ଅଗଷ୍ଟରେ ଶେଷ ହେବ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.