ETV Bharat / sports

ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଆବଣ୍ଟନରେ ଖପ୍ପା ମାଇକେଲ ହୋଲ୍ଡିଂ

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଆବଣ୍ଟନ ପ୍ରକିୟାକୁ ନେଇ ଆପତ୍ତି ଉଠାଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ବୋଲର ମାଇକେଲ ହୋଲ୍ଡିଂ ।

author img

By

Published : May 4, 2020, 1:09 PM IST

World Test Championship points system is ridiculous, says Michael Holding
ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଆବଣ୍ଟନରେ ଖପ୍ପା ମାଇକେଲ ହୋଲ୍ଡିଂ

ହାଇଦ୍ରାବାଦ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଆବଣ୍ଟନ ପ୍ରକିୟାକୁ ନେଇ ଆପତ୍ତି ଉଠାଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ବୋଲର ମାଇକେଲ ହୋଲ୍ଡିଂ । ସେ କହିଛନ୍ତି ଏହି ଇଭେଣ୍ଟ ଅନ୍ତର୍ଗତ 2ଟି ଟିକିଆ ଟେଷ୍ଟ ସିରିଜରେ ବିଜୟୀ ହେଲେ କୌଣସି ଟିମ 60 ପଏଣ୍ଟ ହାସଲ କରିବ । ଫଳରେ ଗୋଟିଏ ଟେଷ୍ଟ ବିଜୟରେ ପଏଣ୍ଟ ସଂଖ୍ୟା 30 ରହିଛି । ମାତ୍ର 5ଟିକିଆ ଟେଷ୍ଟ ସିରିଜର ମୋଟ ପଏଣ୍ଟ 120 ରହିଛି । ଫଳରେ ଗୋଟିଏ ଟେଷ୍ଟ ବିଜୟକ ପଏଣ୍ଟ 24 ହୋଇଛି ।

ପଏଣ୍ଟ ଆବଣ୍ଟନରେ ଏପରି ଫରକକୁ ନାପସନ୍ଦ କରିଛନ୍ତି ହୋଲ୍ଡିଂ । ପୂର୍ବରୁ ମଧ୍ୟ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଚଳିତ ବର୍ଷ ଫେବୃଆରୀ ମାସରେ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

2021 ଜୁନରେ ଆଇସିସି ଟେଷ୍ଟ ଚମ୍ପିଆନସିପର ଫାଇନାଲ ଟେଷ୍ଟ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବା ନେଇ ସୂଚୀ ରହିଛି । ଦ୍ବିପାକ୍ଷିକ ଟେଷ୍ଟ କ୍ରିକେଟ ସିରିଜର ଅଧିକ ଗ୍ରହଣୀୟ ପାଇଁ ଆଇସିସି ପକ୍ଷରୁ ଏହି ଇଭେଣ୍ଟ ଗତ ବର୍ଷ ଆରମ୍ଭ ହୋଇଥିଲା । ତେବେ ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ଫଳରେ ଏହି ଇଭେଣ୍ଟ ଅନ୍ତର୍ଗତ ଏକାଧିକ ଦ୍ବିପାକ୍ଷିକ ସିରିଜ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.