ETV Bharat / sports

ବିଶ୍ବକପ୍‌: ବୁମରା ବଲରେ ବିଜୟ ଘାଇଲା

ଟିମ ଇଣ୍ଡିଆରେ ଆହତ ଭୟ । ଜଣେ ପରେ ଜଣେ ଖେଳାଳି ଆହତ ହୋଇଯାଉଛନ୍ତି । ପ୍ରଥମ ଧୱନ ଆହତ ହୋଇ ବାଦ ପଡିଛନ୍ତି ବିଶ୍ବକପରୁ । ଏହାପରେ ଭୁବନେଶ୍ବର କୁମାର ମଧ୍ୟ ଆହତ ହୋଇ ନେଇଛନ୍ତି 8 ଦିନ ପାଇଁ ବିଶ୍ରାମ । ଆଉ ଏବେ ଟିମ ଇଣ୍ଡିଆ ଅଲ ରାଉଣ୍ଡର ବିଜୟ ଶଙ୍କର ବି ହୋଇଛନ୍ତି ଆହତ ।

author img

By

Published : Jun 20, 2019, 10:48 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@Cricprabhu

ଇଂଲଣ୍ଡ: ଭାରତକୁ ଘାରିଛି ଆହତ ଚିନ୍ତା । ପ୍ରଥମେ ଧୱନ, ତାପରେ ଭୁବି ଆଉ ଏବେ ବିଜୟ ଶଙ୍କର । ବୁଧବାର ନେଟରେ ଅଭ୍ୟାସ କଲାବେଳେ ବୁମରା ବିଜୟ ଶଙ୍କରଙ୍କୁ ବୋଲିଂ କରୁଥିଲେ । ଏତିକି ବେଳେ ବଲ ଆସି ବାଜିଥିଲା ବିଜୟଙ୍କ ପାଦ ଆଙ୍ଗୁଠିରେ, ଯାହାପରେ ଶଙ୍କରଙ୍କୁ ଖୁବ କଷ୍ଟ ହୋଇଥିଲା । କିନ୍ତୁ ଏନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୂଚନା ରହିଛି ।

ଗୁରୁବାର ସ୍ଲିପର ପିନ୍ଧି ଅଳ୍ପ ଛୋଟେଇ ଚାଲୁଥିବାର ଦେଖିବାକୁ ମିଳିଥିଲେ ଶଙ୍କର । ପରେ ତାଙ୍କୁ ଜଗିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ସେ ଅଳ୍ପ ସମୟ ପରେ ଥକି ପଡିଥିଲେ ।

ବୁଧବାର ବିସିସିଆଇ ଶିଖର ଧୱନ ବିଶ୍ବକପରୁ ବାଦ ପଡିବା ନେଇ ସ୍ପଷ୍ଟ କରିଥିଲା । ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନିଜ ସ୍ଥାନ ପକ୍କା କରିଛନ୍ତି । ସେପଟେ ପାକିସ୍ତାନ ବିପକ୍ଷ ମ୍ୟାଚ ବେଳେ ମାଂସପେଶୀ ଟାଣି ହୋଇଯିବାରୁ ତାଙ୍କୁ ମଧ୍ୟ ଟିମ ମ୍ୟାନେଜମେଣ୍ଟ ଆଠ ଦିନ ପାଇଁ ଆରମ ଦେଇଛନ୍ତି । ତେବେ ଭୁବିଙ୍କ ବିକଳ୍ପ ଭାବେ ଭାରତ ପାଖରେ ମହମ୍ମଦ ସାମି ରହିଛନ୍ତି ।

ତେବେ ଶଙ୍କରଙ୍କ ଆହତ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇପାରିଥାନ୍ତା । କାରଣ ଉଭୟ ବ୍ୟାଟ ଓ ବଲରେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ବିଜୟ । ଭାରତ ତାର ପରବର୍ତ୍ତୀ ମ୍ୟାଚ ସାଉଥ ହମ୍ପଟନର ରୋଜ ବାଉଲରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ସୂଚନା ଯୋଗ୍ୟ ଯେ ଆଫଗାନିସ୍ତାନ 5ଟି ପରାଜୟ ସହ ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.