ETV Bharat / sports

ବିଶ୍ବକପ: ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ବିଜୟ ଅପରିହାର୍ଯ୍ୟ

ଭାରତ ଓ ପାକିସ୍ତାନ ମ୍ୟାଚ ପରେ ବିଶ୍ବକପରେ ଆଜି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ । ତେବେ ଏହି ମ୍ୟାଚର ଇଂଲଣ୍ଡ ପାଇଁ ଜିତିବା ଏକ ପ୍ରକାର ଜରୁରୀ ହୋଇପଡ଼ିଛି ।

author img

By

Published : Jun 25, 2019, 12:21 PM IST

ଡିଜାଇନ ଫଟୋ

ଲଣ୍ଡନ: ଆଜି ବିଶ୍ବକପରେ ଦେଖିବାକୁ ମିଳିବ ହାଇଭୋଲଟେଜ ଓଭରିଆ ମ୍ୟାଚ । କ୍ରିକେଟର ଅନ୍ୟ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଆଜି ମହାଁମୁହିଁ ହେଉଛନ୍ତି । ଏମାନଙ୍କ ଟକ୍କର ହେଲେ ମନେପଡେ ଆସେସ୍‌ ସିରିଜ ଓ 1992 ବିଶ୍ବକପ ଲଢେଇର କଥା । ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, କ୍ରିକେଟିଂ ୱାର୍ଲ୍ଡରେ ରୋମାଞ୍ଚକର ଲଢେଇ । ତେବେ ଆଜି ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଦୁହେଁ ଆମ୍ନାସାମ୍ନା ହେଉଛନ୍ତି । ଅନ୍ୟପଟେ ଚଳିତ ସିଜନରେ ଭଲ ଆରମ୍ଭ କରିଥିବା ଆୟୋଜକ ଇଂଲଣ୍ଡ ପାଇଁ କିନ୍ତୁ ଏବେ କର ବା ମର ସ୍ଥିତି ପରିସ୍ଥିତି ସୃଷ୍ଟି ହୋଇଛି ।

preview
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଇଂଲଣ୍ଡକୁ ଖେଳିବାକୁ ଥିବା ଆଗାମୀ 3ଟି ମ୍ୟାଚରୁ ଅତିକମରେ ଦୁଇଟି ମ୍ୟାଚ ଜିତିବା ଜରୁରୀ ହୋଇପଡିଛି । କାରଣ ଶ୍ରୀଲଙ୍କାଠାରୁ ପାକିସ୍ତାନର ବିଜୟ ଓ ଅଫଗାନିସ୍ତାନଠାରୁ ବାଂଲାଦେଶର ବିଜୟ ପଏଣ୍ଟ ତାଲିକାର ସମୀକରଣକୁ ବଦଲାଇ ଦେଇଛି । ଫଳରେ 6ଟି ମ୍ୟାଚରୁ 4ଟି ବିଜୟ ସହ 8 ପଏଣ୍ଟ ପାଇ 4ର୍ଥ ସ୍ଥାନରେ ଥିବା ଘରୋଇ ଦଳ ପାଇଁ ଏବେ କର ବା ମର ପରିସ୍ଥିତ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି 3ଟି ମ୍ୟାଚ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଛି । ତେବେ ଇତିହାସ କହୁଛି 1992ଠାରୁ ଇଂଲଣ୍ଡ ଏହି 3 ଦଳକୁ କେବେ ବି ବିଶ୍ବକପରେ ହରାଇ ପାରି ନାହିଁ । ସେହିପରି 5ଟି ବିଜୟ ଓ ଭାରତଠାରୁ ପରାଜୟ ପରେ ତାଲିକାର 2ୟ ସ୍ଥାନରେ ରହିଛି କଙ୍ଗାରୁ ଦଳ ।

preview
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ କଙ୍ଗାରୁ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେସନ ରୟ ଆହତ ସମସ୍ୟାରୁ ଆଜି ମ୍ୟାଚ ଖେଳୁନାହାନ୍ତି । ମାତ୍ର କଙ୍ଗାରୁ ଦଳ ଖେଳାଳି ଫୁଲ ଫର୍ମରେ ରହିଛନ୍ତି ।ଏମିତି ଦେଖଥିବାକୁ ବାକି ରହିଲା ଭାରତୀୟ ସମୟ 3ଟାରୁ ଆରମ୍ଭ ହେବାକୁ ଥିବା ଏହି ହାଇ ଭୋଲ୍ଟେଜ୍‌ ମ୍ୟାଚକୁ ।

ଇଂଲଣ୍ଡ ଦଳ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନ୍ନି ବେଷ୍ଟୋ(ୱିକେଟ କିପର), ଜସ ବଟଲର, ସାମ କର, ଲିଆନ ଡାସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ବେନ ଷ୍ଟୋକ୍ସ, କ୍ରିସ ୱକ୍ସ, ଜେସନ ରୟ, ମାର୍କ ୱୁଡ, ଜିମ୍ସ ବିମସେ ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କାରେ, ନାଥନ କଲ୍ଟର- ନାଇଲ୍‌, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ସନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.