ETV Bharat / sports

ବିଶ୍ବକପ: ପଏଣ୍ଟ ଟେବୁଲ ଟପ୍ପର ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଚଳିତ ବିଶ୍ବକପର ଅନ୍ତିମ ଲିଗ୍‌ ମ୍ୟାଚ ଖେଳୁଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ । ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ଦକ୍ଷିଣ ଆଫ୍ରିକାକୁ ଭେଟୁଛି କଙ୍ଗାରୁ ଦଳ  ।

author img

By

Published : Jul 6, 2019, 2:07 PM IST

ଡିଜାଇନ ଫଟୋ

ମାଞ୍ଚେଷ୍ଟର: ଚଳିତ ବିଶ୍ବକପରେ ଆଜି ଅନ୍ତିମ ଲିଗ୍‌ ମ୍ୟାଚ ଖେଳୁଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ । ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ଦକ୍ଷିଣ ଆଫ୍ରିକାକୁ ଭେଟୁଛି କଙ୍ଗାରୁ ଦଳ । ଭାରତୀୟ ସମୟ 6ଟାରେ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯିବା ଏହି ମ୍ୟାଚ । ତେବେ ଅନ୍ତିମ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଟପ୍ପର ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । ସେହିପରି ଆଜିର ଅନ୍ୟଏକ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେଉଛନ୍ତି ।

world cup
ଡିଜାଇନ ଫଟୋ

ଆଜିର ଦୁଇଟି ମ୍ୟାଚ ଫଳାଫଳ ସେମିଫାଇନାଲ ଲାଇନ ଅପ୍ ଚୂଡାନ୍ତ କରିବ । ଯଦି ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହେଉଛି ଓ ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେଉଛି, ତେବେ 15 ଅଙ୍କ ସହ ଟେବୁଲ ଟପ୍ପର ହେବ ଭାରତ । ଫଳରେ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡକୁ ଭେଟିବ । ମାତ୍ର ଯଦି 2ୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହେଉଛି, ତେବେ 16 ପଣ୍ଟ ସହ ଟପ ଟପର ହେବ କଙ୍ଗାରୁ ଦଳ । ଫଳରେ ସେମିଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଓ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ ।

ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ 8ଟି ମ୍ୟାଚ୍‌ ଖେଳି 7 ବିଜୟ ଓ ଗୋଟିଏ ପରାଜୟ ସହ 14ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା 8ଟି ମ୍ୟାଚ୍‌ ଖେଳି 2ଟି ବିଜୟ, 5ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ 5 ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି ।

Intro:Body:

PPPPPP

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.