ETV Bharat / sports

ବିଶ୍ବକପ: ଘାଇଲା କଙ୍ଗାରୁ ଦଳକୁ ଭେଟୁଛି ପାକିସ୍ତାନ

ଆଜି ମ୍ୟାଚ ନଂ 17ରେ ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ଦଳକୁ ଭେଟୁଛି ପାକିସ୍ତାନ । ତେବେ ନିଜର ଶେଷ ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇ ଘାଇଲା ରହିଛି କଙ୍ଗାରୁ ଦଳ ।

author img

By

Published : Jun 12, 2019, 2:35 PM IST

ଡିଜାଇନ ଫଟୋ

ଲଣ୍ଡନ: ଗତକାଲି(ମଙ୍ଗଳବାର) ମ୍ୟାଚ ବର୍ଷାରେ ଧୋଇଯିବା ପରେ ଆଜି ମ୍ୟାଚ ଉପରେ ସମସ୍ତଙ୍କ ନଜର । କାରଣ ଆଜି ମ୍ୟାଚରେ 1999 ବିଶ୍ବକପ ଫାଇନାଲ ମ୍ୟାଚ ପୁନାରାବୃ୍ତ୍ତି ହେବାକୁ ଯାଉଛି । ଆଜି ମ୍ୟାଚ ନଂ 17ରେ ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ଦଳକୁ ଭେଟୁଛି ପାକିସ୍ତାନ । ତେବେ ନିଜର ଶେଷ ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇ ଘାଇଲା ରହିଛି କଙ୍ଗାରୁ ଦଳ । ସ୍ଥାନୀୟ ଟଣ୍ଟଟନର କାଉଣ୍ଟି ଗ୍ରାଉଣ୍ଡରେ ଭାରତୀୟ ସମୟ 3ଟା ଖେଳାଯିବା ଏହି ମ୍ୟାଚ ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପାକିସ୍ତାନ 3ଟି ମ୍ୟାଚରୁ କୌଣସିଟିରେ ବିଜୟ ପାଇ ନଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଡ୍ର ହୋଇଥିଲା । ଅନ୍ୟପଟେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଅମାନତ ହରାଇ ଆସିଛି ପାକିସ୍ତାନ । 5 ମ୍ୟାଚ ବିଶିଷ୍ଟ ସିରିଜକୁ 5-0ରେ ଜିତିଥିଲା ଅଷ୍ଟ୍ରେଲିଆ । ତେଣୁ ସିରିଜ ହାରିବା ଦାଗ ଆଜି ମ୍ୟାଚରେ କଙ୍ଗରୁ ଦଳକୁ ପରାସ୍ତ କରି ଲିଭାଇବ ପାକିସ୍ତାନ ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପାକିସ୍ତାନ ତାରକା ଦ୍ରୁତ ବୋଲର ମହମ୍ମଦ ଆମିର ଏହି ମ୍ୟାଚ୍‌ରେ ପୁଣିଥରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି । ମାତ୍ର ଆଦାତ କାରଣରୁ ଆଜି ମ୍ୟାଚ ଖେଳି ନପାରନ୍ତି ମାର୍କ ଷ୍ଟୋଇନ୍ସ । ସେହିପରି ଆଜି ପୁଣିଥରେ ନିଜ ବ୍ୟାଟର କମାଲ ଦେଖାଇବାକୁ ତାୟାର ରହିଛନ୍ତି ଡେଭିଡ ୱାର୍ଣ୍ଣର । ଅନ୍ୟପଟେ ବିଶ୍ବକପରେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିପାରିନଥିବା ପାକିସ୍ତାନ ଅଧିନାୟକଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

  • ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କାରେ, ନାଥନ କଲ୍ଟର- ନାଇଲ୍‌, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
  • ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫଖର ଜାମାନ, ହାରିସ ସୋହେଲ, ହାସନ ଅଲି, ଇମାଦ ଓ୍ବାସିମ, ମହମ୍ମଦ ଆମିର, ଇମାମ-ଉଲ- ହକ୍‌, ମହମ୍ମଦ ଆମିର, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ସଦାବ ଖାଁ, ଶାହିନ ଆଫ୍ରିଦି, ସୋଏବ ମଲିକ ଓ ଓ୍ବାହାବ ରିୟାଜ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.