ETV Bharat / sports

ଦଶନ୍ଧିର ସଫଳ ଦିନିକିଆ ଟିମ ମେନ ଇନ ବ୍ଳୁ - ODI team of the decade

2010ରୁ 2019 ମଧ୍ୟରେ ଭାରତୀୟ ଦଳ ଖେଳିଥିବା ମୋଟ 249 ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ 157ଟିରେ ବିଜୟୀ ହେବା ସହ, ଶେଷ ହେବାକୁ ଯାଉଥିବା ଦଶନ୍ଧିର ସଫଳ ଦିନିକିଆ ଟିମ ହୋଇଛି ମେନ ଇନ ବ୍ଲୁ । ଅଧିକ ପଢନ୍ତୁ...

most successful ODI team
ମେନ ଇନ ବ୍ଳୁ
author img

By

Published : Dec 24, 2019, 12:01 AM IST

ନୂଆଦିଲ୍ଲୀ: 2019 କ୍ୟାଲେଣ୍ଡର ବର୍ଷର ଶେଷ ସହିତ ଗୋଟିଏ ଦଶନ୍ଧିର ଶେଷ ହେବାକୁ ଯାଉଛି । ତେବେ କ୍ରିକେଟରେ ଭାରତୀୟ ଦଳ ଏହି ଦଶନ୍ଧିରେ ଅନେକ ବିରଳ କିର୍ତ୍ତୀମାନ ସ୍ଥାପନ କରିଛି । ମେନ ଇନ ବ୍ଳୁ ଏହି ଦଶନ୍ଧିରେ ଅନେକ ସ୍ମରଣୀୟ କ୍ରିକେଟ ଖେଳିଛି ।

most successful ODI team
ବିରାଟ କୋହଲି- ମହେନ୍ଦ୍ର ସିଂହ ଧୋନି

ଦିନିକିଆ କ୍ରିକେଟରେ ଶେଷ ହେବାକୁ ଯାଉଥିବା ଦଶନ୍ଧିର ସଫଳତମ ଦଳ ହୋଇଛି ଭାରତ । ଏହି ସଫଳତମ ଦଶନ୍ଧିର ଯାତ୍ରାରେ 2011 କ୍ରିକେଟ ବିଶ୍ବକପ ଓ 2013ରେ ଆଇସିସି ଚମ୍ପିଆନ୍ସ ଟ୍ରଫି ନିଜ ନାମରେ କରିଛି ।ଭାରତୀୟ ଦଳ 2010ରୁ 2019 ମଧ୍ୟରେ ସର୍ବାଧିକ ଦିନିକିଆ ସିରିଜ ବିଜୟର ରେକର୍ଡ ମଧ୍ୟ କରିଛି । ମୋଟ 35 ଟି ଦିନିକିଆ ସିରିଜରେ ବିଜୟୀ ହୋଇଛି ଟିମ ଇଣ୍ଡିଆ ।

most successful ODI team
ମେନ ଇନ ବ୍ଳୁ

ଏହି ଦଶନ୍ଧିରେ ଭାରତୀୟ ଦଳର ପରାଜୟ ଠାରୁ ବିଜୟ ଓ ଅନୁପାତ ଢେର ବେଶୀ ରହିଛି । ଖେଳିଥିବା ମୋଟ 249 ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ 157ଟିରେ ବିଜୟବାନା ଉଡାଇଛି ଟିମ ଇଣ୍ଡିଆ । 2010ରୁ 2019 ପର୍ଯ୍ୟନ୍ତ କ୍ରିକେଟ ଖେଳୁଥିବା ସମସ୍ତ ଦେଶ ମଧ୍ୟରେ ଏହି ବିଜୟ ଅନୁପାତ ସର୍ବାଧିକ । ମାତ୍ର 79 ଟି ମ୍ୟାଚରେ ଦଳକୁ ପରାଜୟ ମିଳିଛି । 7ଟି ମ୍ୟାଚ ବିନା ଫଳାଫଳ ଓ 6ଟି ମ୍ୟାଚ ଟାଇରେ ଶେଷ ହୋଇଛି ।

ଏହି ତାଲିକାରେ ଅଷ୍ଟ୍ରେଲିଆ ଟିମ 2ୟ ସ୍ଥାନରେ ରହିଛି । ଖେଳିଥିବା 216 ଦିନିକିଆ ମ୍ୟାଚରୁ 125ରେ ଦଳକୁ ବିଜୟ ମିଳିଛି । 3ୟରେ 2019 କ୍ରିକେଟ ବିଶ୍ବକପ ବିଜେତା ଇଂଲଣ୍ଡ ରହିଛି । ଇଂଲଣ୍ଡ 218 ମ୍ୟାଚରୁ 123ରେ ବିଜୟ ହାସଲ କରିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.