ଲଣ୍ଡନ: ଇଂଲଣ୍ଡରେ କ୍ରିକେଟ ଆରମ୍ଭ ନେଇ ସମ୍ଭାବନା ଦେଖାଦେଇଛି । ୟୁକେ ସରକାରଙ୍କ ଠାରୁ, ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଅନୁମତି ପାଇଁ ପ୍ରୟାସ ଜାରି ରଖିଛି । ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି, ସୁରକ୍ଷିତ ଭାବେ କ୍ରିକେଟ ଆରମ୍ଭ ପାଇଁ ସରକାରଙ୍କ ସହ ଆଲୋଚନା ଜାରି ରହିଥିବା ଇସିବି ପକ୍ଷରୁ କୁହାଯାଇଛି ।
ତେବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରବିବାର ଲକାଡାଉନ ନେଇ ବଡ ଘୋଷଣା କରିଛନ୍ତି । କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଜୁନ ପର୍ଯ୍ୟନ୍ତ ଦେଶରେ କିଛି ସ୍ଥାନରେ ଲକଡାଉନ ରହିପାରେ ବୋଲି କହିଛନ୍ତି ।
ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଦେଶରେ ଜୁଲାଇ 1 ପର୍ଯ୍ୟନ୍ତ ସମସ୍ତ ପ୍ରକାର କ୍ରିକେଟ ଇଭେଣ୍ଟ ବାତିଲ ଘୋଷଣା ହୋଇଛି ।