ETV Bharat / sports

ମହିଳା ତ୍ରିରାଷ୍ଟ୍ରୀୟ ଟି20: ଭାରତକୁ ଜିତାଇଲେ ଶେଫାଳି-ସ୍ମୃତି

author img

By

Published : Feb 8, 2020, 10:44 AM IST

ମହିଳା ତ୍ରିରାଷ୍ଟ୍ରୀୟ ଟି20 ସିରିଜରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। 174 ରନର ବିଜୟ ଲକ୍ଷ୍ୟକୁ 3 ୱିକେଟ ହାସଲ କରିନେଇଛି ଭାରତ। ଫଳରେ 7 ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତୀୟ ମହିଳା ଦଳ।

Womens three Nation tri-series
ମହିଳା ତ୍ରୀରାଷ୍ଟ୍ରୀୟ ଟି20

ମେଲବୋର୍ଣ୍ଣ: ମହିଳା ତ୍ରିରାଷ୍ଟ୍ରୀୟ ଟି20 ସିରିଜରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। 174 ରନର ବିଜୟ ଲକ୍ଷ୍ୟକୁ 3 ୱିକେଟ ହାସଲ କରିନେଇଛି ଭାରତ। ଫଳରେ 7 ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତୀୟ ମହିଳା ଦଳ ।

Womens three Nation tri-series
ଶେଫାଳି ବର୍ମା
Womens three Nation tri-series
ହରମନପ୍ରିତ କୌର

ଭାରତ ପକ୍ଷରୁ ଓପନର ସ୍ମୃତି ମାନ୍ଧାନା ସର୍ବାଧିକ 55ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି। ଅନ୍ୟତମ ଓପନର ଶେଫାଳି ବର୍ମା 28 ବଲରୁ 8ଚୌକା ଓ 1ଛକା ସହାୟତାରେ 49 ରନର ବିସ୍ପୋରକ ଇଂନିସ ଖେଳିଥିଲେ। ଜେମିମ୍ମା ରୋଡ୍ରିଗ୍ୟୁସ 30 ଓ କ୍ୟାପଟେନ ହରମନପ୍ରିତ କୌର ଅପରାଜିତ 20 ରନର ଇଂନିସ ଖେଳି ଦଳକୁ ବିଜୟୀ କରାଇଛନ୍ତି ।

Womens three Nation tri-series
ସ୍ମୃତି ମାନ୍ଧାନା

ପୂର୍ବରୁ ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ। ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 173 ରନ କରିଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଆସଲେ ଗାର୍ଡନର ସର୍ବାଧିକ 93 ରନର ଇଂନିସ ଖେଳିଥିଲେ । 57 ବଲରୁ 11 ଚୌକା ଓ 3 ଛକା ସହାୟତାରେ 93 ରନର ଦମଦାର ଇଂନିସ ଖେଳି ମାତ୍ର 7 ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । କ୍ୟାପଟେନ ମେଗ ଲ୍ୟାନିଙ୍ଗ 37 ଓ ଏଲିସ ପେରୀ 16 ରନର ଯୋଗଦାନ କରିଥିଲେ । ଜବରଦସ୍ତ ଇଂନିସ ପାଇଁ ଗାର୍ଡନର ପ୍ଳେଆର ଅଫ ଦ ମ୍ୟାଚ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.