ଶାରଜାହ: ଶନିବାର ମହିଳା ଟି-20 ରୋମାଞ୍ଚକର ମୁକାବିଲାରେ ଟ୍ରେଲବ୍ଳଜର୍ସକୁ 2 ରନରେ ହରାଇଛି ସୁପରନୋଭାସ । ଫଳରେ ଉଭୟ ଟିମ ଫାଇନାଲରେ ପ୍ରବେଶ କରିଛନ୍ତି । ସମସ୍ତ 3ଟି ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ମାତ୍ର ଭେଲାସିଟି ତୁଳନାରେ ସୁପରନୋଭାସ ଓ ଟ୍ରେଲବ୍ଳଜର୍ସ ରନରେଟ ଆଧାରରେ ଆଗରେ ଥିବାରୁ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଟ୍ରେଲବ୍ଳଜର୍ସକୁ ଓ ସୁପରନୋଭାସ ପୁନର୍ବାର ସୋମବାର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ।
-
#Trailblazers and #Supernovas will face each other in the Final of #JioWomensT20Challenge on November 9. pic.twitter.com/ckNrsMMVDK
— IndianPremierLeague (@IPL) November 7, 2020 " class="align-text-top noRightClick twitterSection" data="
">#Trailblazers and #Supernovas will face each other in the Final of #JioWomensT20Challenge on November 9. pic.twitter.com/ckNrsMMVDK
— IndianPremierLeague (@IPL) November 7, 2020#Trailblazers and #Supernovas will face each other in the Final of #JioWomensT20Challenge on November 9. pic.twitter.com/ckNrsMMVDK
— IndianPremierLeague (@IPL) November 7, 2020
ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ 146 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆଟାପଟ୍ଟୁ ସର୍ବାଧିକ 67 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏହି ଇଂନିସରେ 5ଟି ଚୌକା ଓ 4ଟି ଛକା ସାମିଲ ରହିଛି । ପ୍ରିୟା ପୁନିଆ 37 ଓ କ୍ୟାପଟେନ ହରମନପ୍ରିତ କୌର 29 ବଲରୁ 31 ରନର ଇଂନିସ ଖେଳିଥିଲେ । ଜବାବରେ ଟ୍ରେଲବ୍ଳେଜର୍ସ ବିଜୟ ଠାରୁ 3ରନ ଦୂରରେ ରହିଯାଇଥିଲା ।
ଦଳ ପକ୍ଷରୁ ଦିପ୍ତୀ ଶର୍ମା 43, କ୍ୟାପଟେନ ସ୍ମୃତି ମାନ୍ଧାନା 33 ଓ ଡିନ୍ଦ୍ରା ଡଟିନ 27 ରନର ଇଂନିସ ଖେଳିଥିଲେ ।
ବ୍ୟୁରା ରିପାର୍ଟ, ଇଟିଭି ଭାରତ