ETV Bharat / sports

ମହିଳା ଟି-20 ଚ୍ୟାଲେଞ୍ଜ: ଷ୍ଟାର ଖେଳାଳିଙ୍କ ଉପରେ ନଜର

author img

By

Published : Nov 3, 2020, 8:19 PM IST

ଭେଲୋସିଟି ଟିମର କ୍ୟାପଟେନ ମିତାଲି ରାଜ, ଟ୍ରେଲବ୍ଳଜର୍ସର ସ୍ମୃତି ମାନ୍ଧାନା ଓ ହରମନପ୍ରିତ କୌର ସୁପରନୋଭାସର କ୍ୟାପଟେନ ରହିଛନ୍ତି । ଅଧିକ ପଢନ୍ତୁ...

women's T20 challenge: all you need to know
ମହିଳା ଟି-20 ଚ୍ୟାଲେଞ୍ଜ: ଷ୍ଟାର ଖେଳାଳିଙ୍କ ଉପରେ ନଜର

ମୁମ୍ବାଇ: ଆଗାମୀ ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ପାଇଁ ବଢୁଛି ଉତ୍କଣ୍ଠା । ମହିଳା ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ସହ ଏକାଧିକ ଚର୍ଚ୍ଚିତ ବିଦେଶୀ ଖେଳାଳି ଏହି ଫଟାଫଟ ଟୁର୍ଣ୍ଣାମେଣ୍ଟରେ ହେବେ ମୁହାଁମୁହିଁ । ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ବାଲାଂଦେଶ ଓ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସହ ଗୋଟିଏ ଟିମରେ ନଜର ଆସିବେ ଭାରତୀୟ ଖେଳାଳି ।

women's T20 challenge: all you need to know
ହରମନପ୍ରିତ କୌର

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । 4ମ୍ୟାଚ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 4ରେ ଶାରଜାହରେ ଖେଳାଯିବ । ପ୍ରଥମ ମ୍ୟାଚରେ ହରମନପ୍ରିତ କୌରଙ୍କ ଡିଫେଣ୍ଡିଂ ଚମ୍ପିଆନ ସୁପରନୋଭାସ ସହ ଭେଟେରାନ ମିତାଲି ରାଜଙ୍କ ନେତୃତାଧୀନ ଭେଲୋସିଟିର ମୁକାବିଲା ରହିଛି ।

ଟ୍ରେଲବ୍ଳେଜର୍ସ, ସୁପରନୋଭାସ ଓ ଭେଲୋସିଟି 3ଟି ଟିମ ରହିଛନ୍ତି । ଭେଲୋସିଟି ଟିମର କ୍ୟାପଟେନ ମିତାଲି ରାଜ, ଟ୍ରେଲବ୍ଳଜର୍ସର ସ୍ମୃତି ମାନ୍ଧାନା ଓ ହରମନପ୍ରିତ କୌର ସୁପରନୋଭାସର କ୍ୟାପଟେନ ରହିଛନ୍ତି ।

ଶ୍ରେଷ୍ଠ 5 ଭାରତୀୟ ଖେଳାଳି, ଯାହାଙ୍କ ଉପର ରହିବ ନଜର

ମିତିଲା ରାଜ(ଭେଲୋସିଟି)

ମିତାଲି ରାଜ ମହିଳା ଟି-20 ଚ୍ୟାଲେଞ୍ଜରେ ଚଳିତ ବର୍ଷ ଭେଲୋସିଟି ଟିମର କ୍ୟାପଟେନ ଭାବେ ମଇଦାନର ନଜର ଆସିବେ । 37 ବର୍ଷୀୟା କିମ୍ବଦନ୍ତୀ କ୍ରିକେଟର ମିତାଲି ମାର୍ଚ୍ଚ 2019ରେ ଶେଷ ଟି-20 ମ୍ୟାଚ ଖେଳିଥିଲେ । ଖେଳିଥିବା ମୋଟ 89ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚରୁ ମିତାଲି 37.52 ହାରରେ 2,364 ରନ ସଂଗ୍ରହ କରିଛନ୍ତି । ବୁଧବାର ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ସୁପରନୋଭାସକୁ ଭେଟିବ ଭେଲୋସିଟି ।

ଶେଫାଳି ବର୍ମା(ଭେଲୋସିଟି)

ଟୁର୍ଣ୍ଣାମେଣ୍ଟର ଚର୍ଚ୍ଚିତ ଖେଳାଳି ରହିଛନ୍ତି ଶେଫାଳି ବର୍ମା । 16 ବର୍ଷୀୟା ଶେଫାଳି ମହିଳା ଟିମ ଇଣ୍ଡିଆ ପାଇଁ ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ଆଇସିସିମହିଳା ଟି-20 ଖେଳାଳି ତାଲିକାରେ ବିଶ୍ବର ନମ୍ବର 1 ସ୍ଥାନରେ ରହିଥିଲେ ଶେଫାଳି ବର୍ମା ।

ଗତ ଟି-20ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିବା ସହ ସର୍ବାଧିକ ଛକା ମାରିଥିଲେ । ଫଳରେ ଶାରଜାହରେ ସମାନ ପ୍ରକାର ବିସ୍ଫୋରକ ଇଂନିସ ଶେଫାଳିଙ୍କ ଠାରୁ ଅପେକ୍ଷା ରହିଛି ।

ଜେମିମା ରୋଡ୍ରିଗ୍ୟୁସ(ସୁପରନୋଭାସ)

ଜେମିମା ରୋଡ୍ରିଗ୍ୟୁସ ଭାରତୀୟ ମହିଳା ଟିମରେ ଅନ୍ୟତମ ବିସ୍ଫୋରକ ଖେଳାଳି ଭାବେ ପରିଗଣିତ ହୋଇଛନ୍ତି । ମୁମ୍ବାଇର 20ବର୍ଷିୟା ଜେମିମା ସର୍ବାଧିକ ରନ ପାଇଁ ଗତ ବର୍ଷ ଟୁର୍ଣ୍ଣାମେଣ୍ଟରେ ପ୍ଲେଆର ଅଫ ଦ ସିରିଜ ରହିଥିଲେ ।

ହରମନପ୍ରିତ କୌର(ସୁପରନୋଭାସ)

ହରମନପ୍ରିତ କୌର ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଖେଳାଳି ରହିଛନ୍ତି । 3ୟ ଟାଇଟେଲ ହାସଲ ଲକ୍ଷ୍ୟରେ ରହିବେ ସୁପରନୋଭାସ କ୍ୟାପଟେନ । ହରମନପ୍ରିତଙ୍କ ନାମରେ ପ୍ରଥମ ମହିଳା ଭାବେ ମହିଳା ଟି-20ରେ ଶତକ ଓ ପ୍ରଥମ ଭାରତୀୟ ଖେଳାଳି(ମହିଳା ଓ ପୁରୁଷ) ଭାବେ 100ଟି ଟି-20 ମ୍ୟାଚ ଖେଳିବାର ରେକର୍ଡ ରହିଛି । ଶାରଜାହ କ୍ରିକେଟ ଷ୍ଟାଡିୟମରେ ପୁଣି ବିସ୍ଫୋରକ ଅନ୍ଦାଜରେ ନଜର ଆସିବେ ବୋଲି ଆଶା ରହିଛି ।

ସ୍ମୃତି ମାନ୍ଧାନା(ଟ୍ରେଲବ୍ଳେଜର୍ସ)

ସ୍ମୃତି ମାନ୍ଧାନା

ମହିଳା ଟି-20 ଚ୍ୟାଲେଞ୍ଜର ଯୁବ କ୍ୟାପଟେନ ସ୍ମୃତି ମାନ୍ଧାନା ଗତ ସଂସ୍କରଣ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଟି-20 ବିଶ୍ବକପରେ ମଧ୍ୟ ବିଶେଷ ଆକର୍ଷଣୀୟ ଇଂନିସ ଖେଳିପାରିନଥିଲେ ମହିଳା ଟିମ ଇଣ୍ଡିଆର ଏହି ଓପନର । 4ଟି ଇଂନିସରୁ ମାତ୍ର 49 ରନ କରିପାରିଥିଲେ । ତେବେ ଟ୍ରେଲବ୍ଳେଜର୍ସ ପକ୍ଷରୁ ସ୍ମୃତିଙ୍କ ଦମଦାର ପ୍ରଦର୍ଶନ ଆଶା ରହିଛି ।

ସୂଚୀ: ଶାରଜାହ, ନଭେମ୍ବର 4ରୁ ଆରମ୍ଭ, ଫାଇନାଲ ମ୍ୟାଚ ନଭେମ୍ବର 9ରେ ଖେଳାଯିବ

ମ୍ୟାଚ ସମୟ: ଭାରତୀୟ ସମୟ ସନ୍ଧ୍ୟା 7.30

ସ୍କ୍ବାଡ:

ମହିଳା ଟି-20 ଚ୍ୟାଲେଞ୍ଜ ସୂଚୀ

ସୁପରନୋଭାସ: ହରମନପ୍ରିତ କୌର(କ୍ୟାପଟେନ), ଜେମିମା ରୋଡ୍ରିଗ୍ୟୁସ(ଭାଇସ କ୍ୟାପଟନ), ଚମାରୀ ଆଟାପଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ(ୱିକେଟ କିପର), ଶଶିକଳା ସିରିୱାର୍ଦନେ, ପୁନମ ଯାଦବ, ଶକିରା ସେଲମନ, ଅରୁନ୍ଧତୀ ରେଡ୍ଡି, ପୂଜା ବସ୍ତ୍ରକର, ଆୟୁଷୀ ସୋନି, ଆୟାବୋଙ୍କା ଖାକା, ମୁସକାନ ମଲିକ

ଟ୍ରେଲବ୍ଳେଜର୍ସ: ସ୍ମୃତି ମାନ୍ଧାନା(କ୍ୟାପଟେନ), ଦିପ୍ତୀ ଶର୍ମା(ଭାଇସ-କ୍ୟାପଟନ), ପୁନମ ରାଉତ, ରିଚା ଘୋଷ, ଡି.ହେମଲତା, ନୁଜାତ ପରୱିନ(ୱିକେଟକିପର), ରାଜେଶ୍ବରୀ ଗାଏକ୍ବାଡ, ହର୍ଲିନ ଦେଓଲ, ଝୁଲଣ ଗୋସ୍ବାମୀ, ସିମ୍ରନ ଦିଲ ବାହାଦୂର, ସଲମା ଖାତୁନ, ସୋଫି ଇକିଲେଷ୍ଟୋନ, ନାଥାକାନ ଚାନ୍ଥାମ, ଦିନ୍ଦ୍ରା ଦୋତିନ, କାଶଭି ଗୌତମ

ଭେଲୋସିଟି: ମିତାଲି ରାଜ(କ୍ୟାପଟେନ), ବେଦା କ୍ରୀଷ୍ଣାମୂର୍ତ୍ତୀ(ଭାଇସ-କ୍ୟାପଟନ), ଶେଫାଳି ବର୍ମା, ସୁଷମା ବର୍ମା(ୱିକେଟ କିପର), ଏକତା ବିଷ୍ଟ, ମାନସି ଜୋଷୀ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶିନୀ, ମନାଲି ଦକ୍ଷିଣୀ, ଲୈଫ କାସପେରକ, ଡାନିଏଲ ୱାଟ, ସୁନି ଲୁସ, ଜାହାନାରା ଆଲାମ, ଏମ. ଅନଘା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.