ETV Bharat / sports

ମହିଳା ଏକଦିବସୀୟ ଟ୍ରଫି: ଦିଲ୍ଲୀକୁ ହରାଇଲା ଓଡିଶା - ମହିଳା ଏକଦିବସିୟ ଟ୍ରଫି

ମହିଳା ଏକଦିବସୀୟ ଟ୍ରଫିର ପ୍ରଥମ ମ୍ୟାଚରେ ଓଡିଶାର ବାଜିମାତ୍‌ । ଦିଲ୍ଲୀକୁ 4 ୱିକେଟରେ ପରାସ୍ତ କଲା ଓଡିଶା ମହିଳା ଦଳ ।

womens
womens
author img

By

Published : Feb 18, 2020, 10:22 PM IST

କଟକ: ମହିଳା ଏକଦିବସୀୟ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଓଡିଶା ମହିଳା ଦଳ । ଥାନେରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦିଲ୍ଲୀକୁ 4 ୱିକେଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛି ଓଡିଶା । ଅଲରାଉଣ୍ଡର ସୁଶ୍ରୀ ଦିବ୍ୟ ଦର୍ଶିନୀ ଓ ପ୍ରଜ୍ଞା .ପି ମହାନ୍ତିଙ୍କ ଦମଦାର ବ୍ୟାଟିଂ ବଳରେ ଏହି ମ୍ୟାଚକୁ ଜିତି ନେଇଛି ଓଡିଶା ।

ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଦିଲ୍ଲୀ । ନିର୍ଦ୍ଧାରିତ 50 ଓଭରରେ 6 ୱେକେଟ 214 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମନ୍ଦିପ କୌର ସର୍ବାଧିକ 97 ରନ୍‌ କରିଥିଲା ବେଳେ ପ୍ରିୟା ପୁନିଆ 62 ରନ କରିଥିଲେ । ଯାହା ଫଳରେ ଦିଲ୍ଲୀ 200ରନ ପାର କରିଥିଲା ।

ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ 49 ଓଭରରେ ହିଁ ପାର କରି ଯାଇଥିଲା ଓଡିଶା । ଦଳ ପକ୍ଷରୁ ସୁଶ୍ରୀ 54 ରନ୍‌ କରିଥିଲା ବେଳେ ପ୍ରଜ୍ଞା 57 ରନ୍‌ କରିଥିଲେ । ଏହାସହ ମାଧୁରୀ ମେହେଟା 28 ଓ ସରିତା ମେହେର 30 ରନ କରିଥିଲେ । ଯାହା ଫଳରେ ଦଳ ହାତରେ 4 ୱେକେଟ ବାକି ଥାଇ ମ୍ୟାଚ ଜିତି ନେଇଥିଲେ ଓଡିଶା ଦଳ । ତେବେ ଓଡିଶା ବର୍ତ୍ତମାନ ବି ଗ୍ରୁପର 4ର୍ଥ ସ୍ଥାନରେ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.