ETV Bharat / sports

ମହିଳା ଆଇପିଏଲ: ପ୍ରଥମ ମ୍ୟାଚରେ ସୁପରନୋଭାସକୁ ଭେଟିବ ଟ୍ରାଏଲବ୍ଲାଜର୍ସ

author img

By

Published : May 6, 2019, 7:24 PM IST

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତୀୟ ମହିଳା ଦଳର ଦୁଇ ସୁପରଷ୍ଟାର ହରମନପ୍ରିତ କୌର ଓ ସ୍ମୃତି ମନ୍ଧାନା ।

ଫଟୋ ସୌଜନ୍ୟ- ଟ୍ବିଟର @ipl

ଜୟପୁର: ଧାର୍ଯ୍ୟ ହୋଇଥିବା ପୂର୍ବ ସୂଚୀ ଆଧାରରେ ଆଜି (ସୋମବାର) ଖେଳାଯିବ ମହିଳା ଆଇପିଏଲର ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତୀୟ ମହିଳା ଦଳର ଦୁଇ ସୁପରଷ୍ଟାର ହରମନପ୍ରିତ କୌର ଓ ସ୍ମୃତି ମନ୍ଧାନା । ସ୍ମୃତି ମନ୍ଧାନା ଟ୍ରାଏଲବ୍ଲାଜର୍ସର ଅଧିନାୟକତ୍ବ କରୁଥିବା ବେଳେ ସୁପରନୋଭାସ୍‌ର ଅଧିନାୟିକା ଅଛନ୍ତି ହରମନପ୍ରିତ କୌର । ସ୍ଥାନୀୟ ଜୟପୁର ଷ୍ଟାଡିୟମରେ ସଂଧ୍ୟା 7.30 ଆରମ୍ଭ ହେବ ମ୍ୟାଚ ।

Women's mini IPL
ଫଟୋ ସୌଜନ୍ୟ- ଟ୍ବିଟର @ipl

ସୂଚନଥାଉ କି, ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମହିଳା ଆଇପିଏଲରେ ସୁପରନୋଭାସ୍‌ ଓ ଟ୍ରାଏଲବ୍ଲାଜର୍ସ ଦୁଇଟି ଦଳ ସାମିଲ ଥିଲେ । ମାତ୍ର ଚଳିତଥର ଭେଲୋସିଟି ଦଳ ନୂଆ କରି ଖେଳିବାକୁ ଯାଉଛି । ପ୍ରଥମ ଏହାକୁ ମହିଳା ପ୍ରଦର୍ଶନୀ ମ୍ୟାଚ ବୋଲି କୁହାଯାଉଥିଲା । ମାତ୍ର ଚଳିତଥର ଏହାକୁ ମହିଳା ଆଇପିଏଲର ନାମ ଦିଆଯାଇଛି । ତେବେ ଗତବର୍ଷ ଏହି ପ୍ରଦର୍ଶନୀ ମ୍ୟାଚ ମୁମ୍ବାଇରେ ଆୟୋଜନ କରାଯାଇଥିଲା ।

ଆଜିର ମ୍ୟାଚ ଖୁବ ରୋମାଞ୍ଚ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । କାରଣ ଟ୍ରାଏଲବ୍ଲାଜର୍ସ ପାଖରେ ସ୍ମୃତି ମନ୍ଧାନା, ଝୁଲଣ ଗୋସ୍ବାମୀ ଓ ସୁଜି ବେଟ୍ସଙ୍କ ଭଳି ଦମଦାର ଖେଳାଳି ରହିଛନ୍ତି । ସେହିପରି ସୁପରନୋଭାସ୍‌ର ଅଧିନାୟିକା ଅଛନ୍ତି ହରମନପ୍ରିତ୍‌ କୌର ମଧ୍ୟ ଏବେ ଦମଦାର ଫର୍ମରେ ରହିଛନ୍ତି । ସୂଚନାଥାଉ କି, ହରମନପ୍ରିତ କୌର ଭାରତୀୟ ମହିଳା ଦଳର ଦିନିକିଆ ଓ ଟି-20 ଦଳର ଅଧିନାୟିକା ରହିଛନ୍ତି ।

  • ସୁପରନୋଭାସ ଦଳ- ହରମନପ୍ରିତ କୌର(ଅଧିନାୟକ), ତାନିଆ ଭାଟିଆ(ୱିକେଟକିପର), ଅନୁଜା ପତି, ଅରୁନ୍ଧତୀ ରେଡ୍ଡି, ଚମାରି ଆଟାପଟ୍ଟୁ(ଶ୍ରୀଲଙ୍କା), ଯେମିନା ରୋଡ୍ରିଗ୍ସ, ଲିଆ ତାହୁନୁ(ନ୍ୟୁଜିଲାଣ୍ଡ), ମାନସି ଜୋଶୀ, ନାଟେଲ ସ୍କିଭର(ଇଂଲଣ୍ଡ), ପୁନମ ଯାଦବ, ପ୍ରିୟା ପୁନିଆ, ରାଧା ପି ଯାଦବ, ସୋଫି ଡେଭିନ(ନ୍ୟୁଜିଲାଣ୍ଡ) ।
  • ଟ୍ରାଏଲବ୍ଲେଜର୍ସ ଦଳ - ସ୍ମୃତି ମନ୍ଧାନା(ଅଧିନାୟକ), ଆର କଳ୍ପନା(ୱିକେଟକିପର), ଭାରତି ଫୁଲମାଲି, ଦୟାଲନ ହେମଲତା, ଦିପ୍ତି ଶର୍ମା, ହାରଲିନ ଦେଓଲ, ଯାସିଆ ଅକ୍ତର, ଝୁଲଣ ଗୋସ୍ବାମୀ, ରାଜେଶ୍ବରୀ ଗାୟାକ୍ବାଡ, ସକିରା ସଲମନ(ୱେଷ୍ଟଇଣ୍ଡିଜ), ସୋଫି ଇକ୍ଲେଷ୍ଟୋନ(ଇଂଲଣ୍ଡ), ଷ୍ଟାଫିନ ଟେଲର(ୱେଷ୍ଟଇଣ୍ଡିଜ), ସୁଜି ବେଟ୍ସ(ନ୍ୟୁଜିଲାଣ୍ଡ) ।

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.